କାହିଁକି ନବୀନଙ୍କୁ ବାରମ୍ବାର ଭେଟୁଛନ୍ତି ମୋହନ ?

କାହିଁକି ନବୀନଙ୍କୁ ବାରମ୍ବାର ଭେଟୁଛନ୍ତି ମୋହନ ?

ସରକାରକୁ ଆସିବା ପରେ ଏବଂ ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ବି କାହିଁକି ବିରୋଧୀ ବିଜେଡିର ସାହାରା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖୋଜୁଛନ୍ତି ତାକୁ ନେଇ ଏବେ ସମସ୍ତେ ପ୍ରଶ୍ନ ଉଠାଉଛନ୍ତି । କାହିଁକି ନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ଅନେକ ସମୟରେ ମୋହନ ମାଝୀଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି । କୌଣସି ଦଳୀୟ କାର୍ଯ୍ୟକ୍ରମ ହେଉ ବା ଅନ୍ୟ କିଛି ପ୍ରୋଗ୍ରାମ ସବୁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନଙ୍କ ଉପସ୍ଥିତି ଲୋଡୁଛନ୍ତି । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠାଇଛନ୍ତି । ବିରୋଧୀ ଦଳ କେବଳ ବିଜେଡି ନୁହେଁ କଂଗ୍ରେସ ମଧ୍ୟ ରହିଛି । ଏବଂ କଂଗ୍ରେସରେ ମଧ୍ୟ ଅଭିଜ୍ଞ ଏବଂ ଅନୁଭବୀ ନେତା ଅଛନ୍ତି । କିନ୍ତୁ ସେମାନଙ୍କ ପରିବର୍ତେ କେବଳ ନବୀନଙ୍କ ଉପସ୍ଥିତି ଲୋଡିବା ଏବଂ ତାଙ୍କୁ ସବୁ କାର୍ଯ୍ୟରେ ଖୋଜିବାକୁ ଅନେକ ପସନ୍ଦ କରୁନାହାନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ହୋଇ ବି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାମ କଣ ଏବଂ କିପରି ଦଳକୁ ସୁରୁଖୁରୁରେ ଚଳାଇବେ ତାହା ଜଣାନଥିବା ବିରୋଧୀ ଦଳର ନେତାଙ୍କ ସହ ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିଜ ଦଳର ନେତାମାନେ ମଧ୍ୟ ଏତେଟା ସମ୍ମାନ ଦେଉନଥିବା ଚର୍ଚ୍ଚା ହେଉଛି । ଅନେକ ସମୟରେ ମନ୍ତ୍ରୀମାନେ ମନଇଚ୍ଛା ବୟାନବାଜି କରୁଥିବାରୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆଙ୍ଗୁଠି ଉଠୁଛିା ଏବଂ ସରକାରରେ ତାଳମେଳ ନଥିବା କୁହାଯାଉଛି । ଯାହାର ଉଦାହରଣ ବିଜୁ କ୍ରୀଡା ପୁରସ୍କାରର ନାମ ପରିବର୍ତନ କରିବା ଏବଂ ଛାତ୍ର ନିବାଚନ ପ୍ରସଙ୍ଗରେ ଅନ୍ୟ ବିଭାଗର ମନ୍ତ୍ରୀଙ୍କ ବୟାନବାଜିରୁ ସ୍ପଷ୍ଟ ହୋଇପଡିଛି । ଆଉ ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିଷ୍ପତ୍ତି କିଛି ନଥିବା ସାଧାରଣରେ ଚର୍ଚ୍ଚା ଚାଲିଛି । ଆଉ ଏହି ସବୁ କାରଣ ପାଇଁ ମୋହନ ନବୀନଙ୍କୁ ବାରମ୍ବାର ଭେଟୁଥିବା ଏବଂ ତାଙ୍କ ଠାରୁ ଦଳ ଚଳାଇବା ପାଇଁ କିଛି ପରାମର୍ଶ ନେଉଥିବା ଅନେକ ମତପ୍ରକାଶ କରୁଛନ୍ତି ।ତେବେ ବିଜେପି ସରକାରକୁ ଆସିଛି ସତ କିନ୍ତୁ ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନଙ୍କ ଅଭିଜ୍ଞତା ଏତେ ନଥିବା ରାଜନୈତିକ ସମୀକ୍ଷକମାନେ ପୂର୍ବରୁ କହିଆସିଛନ୍ତି । କିନ୍ତୁ ୨ମାସ ସରକାର ଚଳାଇବା ପରେ ବି ସେମାନଙ୍କ ମଧ୍ୟରେ କୌଣସି ତାଳମେଳ ନରହୁଥିବାରୁ ଏହା ବିଜେପି ପାଇଁ ଆଗକୁ କଣ୍ଟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଦେଖାଯାଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିପରି ଏସବୁ ସମସ୍ୟାର ସମାଧାନ କରୁଛନ୍ତି ନା ଏଥିପାଇଁ ନବୀନଙ୍କ ପରାମର୍ଶ ଲୋଡୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *