ବବିଙ୍କ ଉପରେ ଟଙ୍କା ବର୍ଷା କରୁଥିଲେ ନବୀନ ଗୁମର ଖୋଲିଦେଲେ ମୋହନ !

ବବିଙ୍କ ଉପରେ ଟଙ୍କା ବର୍ଷା କରୁଥିଲେ ନବୀନ ଗୁମର ଖୋଲିଦେଲେ ମୋହନ !

କ୍ଷମତାରୁ ଯିବା ପରେ ଖୋଲୁଛି ବିଜେଡିର ପ୍ରଭାବଶାଳୀ ନେତାଙ୍କ ଗୁମର । ହଁ ଦର୍ଶକବନ୍ଧୁ ଓଡିଶାର ବିକାଶ ପ୍ରତି ଧ୍ୟାନ ଦେବା ବଦଳରେ ଯାଜପୁରର ବିକାଶ ପାଇଁ ବେଶି ଧ୍ୟାନ ଦେଉଥିଲେ ତତକାଳୀନ ନବୀନ ସରକାର । ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗଡ ଥିଲା ଯାଜପୁର । ଯେଉଁଠାରେ କୋଟିଏ କି ଦୁଇ କୋଟି ନୁହେଁ ହଜାର ହଜାର କୋଟିର ପାଣ୍ଠି ଖର୍ଚ୍ଚ କରିଥିଲେ ବିଜେଡି ସରକାର । ଯାଜପୁର ପାଇଁ ଭଣ୍ଡାର ଖୋଲିଥିଲେ ପୂର୍ବର ନବୀନ ସରକାର । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାକୁ ଅଧିକ ଅନୁଦାନ ମିଳିଥାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ ସେତେବେଳେର ବିଜେଡିର ପାୱାରଫୁଲ ନେତା ବବିଙ୍କ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା । ବିଧାନସଭାରେ ବଡଚଣା ବିଧାୟକ ଅମର ନାୟକ ଏକ ପ୍ରଶ୍ନ କରିଥିଲେ କି ବିଗତ ତିନି ବର୍ଷରେ ଯାଜପୁର ଜିଲ୍ଲାକୁ କେତେ ଅନୁଦାନ ଆସିଛି ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି କି ତିନି ବର୍ଷରେ ତିନି ହଜାର କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ତେବେ ଚର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଆସୁଥିବା ସମସ୍ତ ଟଙ୍କା ଠିକ ଭାବରେ ଖର୍ଚ୍ଚ ହୋଇଛି କି ନାହିଁ ସେ ନେଇ ମୁହଁ ଖୋଲିଛି ବିଜେପି । ଅନ୍ୟପଟେ ବିଜେପି ବିଧାୟକ ଅଶୋକ ମହାନ୍ତି ସିଧା ସିଧା ବବିଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଓଡିଶାବାସୀଙ୍କ ଟଙ୍କାକୁ ଲୁଟି ଖାଇଛନ୍ତି ଏବଂ ପାର୍କ ଓ ହୋଟେଲ କରିବାରେ ଉଡାଇଛନ୍ତି ବୋଲି ଅଭିଯୋଗ ଆଣଇଛି । ସେପଟେ ଏହାକୁ ଖଣ୍ଡନ କରିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଯାଜପୁରରେ ଖର୍ଚ୍ଚ ହୋଇଥିବା ସମସ୍ତ ପାଣ୍ଠି ଲୋକଙ୍କ କାମରେ ଲାଗିଛି ବୋଲି କହିଛନ୍ତି ପ୍ରମିଳା । ଅନ୍ୟପଟେ ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ବିଭିନ୍ନ ଜିଲ୍ଲାକୁ ଅନୁଦାନ ଦେଇଥାନ୍ତି । କିନ୍ତୁ ଯାଜପୁରକୁ କାହିଁକି ଏତେ ଟଙ୍କା ଅନୁଦାନ ଦେଇଛି ତାହା ଏବେ ରାଜ୍ୟ ରାଜନୀତିରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

author

Related Articles

Leave a Reply

Your email address will not be published. Required fields are marked *