ରାଜଧାନୀରେ ଗର୍ଜିଲେ ମୋକିମ ସରକାରଙ୍କୁ ଦେଲେ ୱାର୍ଣ୍ଣିଂ !

ରାଜଧାନୀରେ ଗର୍ଜିଲେ ମୋକିମ ସରକାରଙ୍କୁ ଦେଲେ ୱାର୍ଣ୍ଣିଂ !

ସରକାରଙ୍କ ବିରୁଦ୍ଧରେ ଗର୍ଜନ ତର୍ଜନ କରି ସାରା ଦେଶରେ ଗତ 22 ତାରିଖରେ ଇଡି ଓ ସିବିଆଇ ଅଫିସ ଘେରାଉ କରିଛି କଂଗ୍ରେସ । ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରିଛି ଓଡିଶା କଂଗ୍ରେସ । କେନ୍ଦ୍ର ସରକାର ଇଡି ଓ ସିବିଆଇକୁ ବ୍ୟବହାର କରୁଥିବା ଅଭିଯୋଗ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲା କଂଗ୍ରେସ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ନିର୍ବାଚନ ପରେ କଂଗ୍ରେସର ସବୁ ହେଭିୱେଟ ନେତାଙ୍କୁ ମଞ୍ଚରେ ଏକାଠି ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ହାତବାରିସି ସାଜିଥିବା ଇଡି ଓ ସିବିଆଇକୁ ଭୁବନେଶ୍ୱର ରାଜରାସ୍ତାରେ ତୀବ୍ର ବିରୋଧ କରିଛନ୍ତି କଂଗ୍ରେସ ନେତା । କଂଗ୍ରେସର ନବାଗତ ନେତାଙ୍କ ଠାରୁ ଆରମ୍ଭ କରି ଯେ ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏବଂ ଇଡି ଅଫିସରେ ଧସେଇ ପଶିଛନ୍ତି କଂଗ୍ରେସର କର୍ମୀ ଓ ନେତା । କିନ୍ତୁ ସବୁଠାରୁ ବଡ କଥା ହେଲା କଟକ ବାରବାଟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଆକ୍ଟିଭନେଶକୁ ନେଇ ଅଧିକ ଚର୍ଚ୍ଚା । ରାଜ୍ୟରେ ଦିଶାହୀନ ହୋଇପଡିଥିବା କଂଗ୍ରେସକୁ ଇଡି ବିରୋଧରେ ସେତେଟା ଗର୍ଜନ ଫାଇଦା ନଦେଲେ ବି କଂଗ୍ରେସକୁ ଆଗକୁ ବଢିବା ପାଇଁ ବାଟ ଖୋଲିଛି । ଏହି କାର୍ଯ୍ୟକ୍ରମରେ ମହମ୍ମଦ ମୋକିମଙ୍କ ସକ୍ରିୟତାକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଷ୍ଟିୟରିଂ କମିଟିରେ ମୋକିମଙ୍କୁ ସ୍ଥାନ ମିଳିବା ଏବଂ ରାଜ୍ୟ ରାଜନୀତିରେ ତାଙ୍କର ସକ୍ରିୟତା ପିସିସି ସଭାପତି ପଦବୀ ରେସରେ ତାଙ୍କୁ ଆଗରେ ରଖିଛି । ସେହିଭଳି ଗଞ୍ଜାମ ଟାଇଗର ରମେଶ ଜେନା,ଭାଲୁ ଭାଇନା ତାରା ବାହିନୀ ପତି ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ନିଜର ଦବଦବା ଜାହିର କରିବାକୁ ଆନ୍ଦୋଳନର ଶେଷ ଯାଏଁ ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ । ତେବେ କଂଗ୍ରେସର ଏଭଳି ଶକ୍ତି ପ୍ରଦର୍ଶନ ରାଜ୍ୟରେ ଏବଂ ମୋକିମଙ୍କ ରାଜନୈତିକ କ୍ୟାରିୟରରେ କେଉଁ ମୋଡ ଆଣୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *