ସୋସିଆଲ ମିଡିଆରେ ମୋହନଙ୍କୁ ଆଇନା ଦେଖାଇଲେ ନବୀନ

ସୋସିଆଲ ମିଡିଆରେ ମୋହନଙ୍କୁ ଆଇନା ଦେଖାଇଲେ ନବୀନ

ପୁଣି ନବୀନଙ୍କ ଟାର୍ଗେଟରେ ମୋହନ ମାଝୀ । ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସିଧା ତୀରମାରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଁ ଆଜ୍ଞା, ପୁଣି ଆଗ୍ରେସିଭ ମୋଡକୁ ଆସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆକୁ ଅସ୍ତ୍ର କରି ମୋହନଙ୍କୁ ସିଧା ନିଶାନା କରିଛନ୍ତି ନବୀନ । ମହିଳାଙ୍କୁ ସୁଭଦ୍ରା ଯୋଜନା ନାଁରେ ମୋହନ ସରକାର ଭୂଆଁ ବୁଲାଇଥିବାରୁ ଏହାକୁ ନେଇ ମୋହନ ମାଝୀଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ସରକାରକୁ ଆସିବା ପୂର୍ବରୁ କଣ ସବୁ ମହିଳାଙ୍କୁ ପ୍ରତିଶୃତି ଦେଇଥିଲା ଆଉ ସରକାରକୁ ଆସିବା ପରେ କଣ କରୁଛି ତାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି । ଏହା ସହ ଅନ୍ୟ ନେତାଙ୍କ ଭଳି ନବୀନ ମଧ୍ୟ ବିଜେପିର ପ୍ରତିଶୃତିକୁ ଧୂଆଁବାଣ ବୋଲି କହି କଟାକ୍ଷ କରିଛନ୍ତି । ତେବେ ସେ ନିଜ ସୋସିଆଲ ମିଡିଆ ସାଇଟରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି? ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ। ତାହେଲେ ବିଜେପି ସରକାରଙ୍କ ‘ପ୍ରତ୍ୟେକ’ ମହିଳାଙ୍କୁ ଏ ଯୋଜନାରେ ସାମିଲ କରିବା ଅର୍ଥ କ’ଣ ଏଇୟା? ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି? ନା ଏହା ଏକ ଧୂଆଁବାଣ? ଏପରି ଲେଖି ମୋହନ ସରକାରର ପ୍ରତିଶୃତି ସବୁ ପାଣିର ଗାର ବୋଲି ପରୋକ୍ଷରେ କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ତେବେ କେବଳ ନବୀନ ନୁହଁନ୍ତି ବିଜେଡିର ଅନ୍ୟ ନେତା ଙ୍କ ସହ କଂଗ୍ରେସର ଅନେକ ନେତା ମଧ୍ୟ ମୋହନ ସରକାର ମହିଳାମାନଙ୍କ ସହ ଛଳନା କରିଥିବା ମତପ୍ରକାଶ କରୁଛନ୍ତିା ଏବଂ ବିଜେପିର ମାନିଫେଷ୍ଟୋରେ କଣ ଥିଲା ଆଉ ଏବେ କଣ କରାଯାଉଛି ତାର ମଧ୍ୟ ଉଦାହରଣ ଗଣମାଧ୍ୟମ ସାମ୍ନାରେ ରଖୁଛନ୍ତି । ତେବେ ପୂବରୁ ଅନ୍ୟ ପ୍ରତିଶୃତି ପାଇଁ ବିଜେପି ଉପରେ ସାଧାରଣ ଜନତାଙ୍କ ସହ ରାଜନୈତକ ସମୀକ୍ଷକମାନେ ନାଖୁସ ଥିଲେ । ଆଉ ଏବେ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏପରି କରିବାକୁ କେହି ଗ୍ରହଣ କରୁନାହାନ୍ତି । ତେବେ ଦେଖାଯାଉ ଏହାର ପ୍ରଭାବ ବିଜେପି ଉପରେ କେତେ ପଡୁଛି ଏବଂ ମୋହନ ସରକାରଙ୍କୁ କେଉଁ କ୍ଷତି ସହିବାକୁ ପଡୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *