ଦେବୀ ସୁଭଦ୍ରାଙ୍କ ନାଁରେ ମହିଳାଙ୍କୁ ଠକିଲେ ମୋହନ

ଦେବୀ ସୁଭଦ୍ରାଙ୍କ ନାଁରେ ମହିଳାଙ୍କୁ ଠକିଲେ ମୋହନ

ହଁ ଦର୍ଶକବନ୍ଧୁ ରାଜ୍ୟରେ ମୋହନ ସରକାରକୁ ତିନିମାସ ପୂରିବାକୁ ଯାଉଛି ଆଉ ଏହା ଭିତରେ ବିଜେପି ଦେଇଥିବା ମିଛ ପ୍ରତିଶ୍ରୁତି ଗୁଡିକ ପଦାରେ ପଡୁଛି । ବିଜେପି ସରକାର ଆସୁ ଆସୁ ବଡ ଠାକୁର ତଳେ ପଡିଯିବା ଆଉ ଏବେ ଦେବୀ ଶୁଭଦ୍ରାଙ୍କ ନାଁରେ ଓଡିଶାର ଜନସାଧାରଣଙ୍କୁ ପ୍ରତାରଣା କରିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ଗାଁ ଗାଁ ବୁଲି ମହିଳାଙ୍କୁ ଫର୍ମ ଧରାଇ ସୁଭଦ୍ରା ଯୋଜନାକୁ ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଶେଷରେ ତାହାକୁ ଭୁଲ ପ୍ରମାଣିତ କରିଛି ବିଜେପି । ବିଭିନ୍ନ ମୁଦ୍ଦାକୁ ଏକାଠି କରି ମୋହନ ସରକାରଙ୍କ ଉପରେ ବର୍ଷୁଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । କେତେବେଳେ ଓଡିଆ ଅସ୍ମିତାର କଥା ତ କେତେବେଳେ ବିଜେଡିର ମିଛ ପ୍ରତିଶ୍ରୁତି ଗୋଟିଏ ଗୋଟିଏର ଫର୍ଦ୍ଦାଫାସ କରୁଛି ବିଜେଡି । ତେବେ ଶୁଭଦ୍ରା ଯୋଜନାକୁ ନେଇ ଏସଓପି ଜାରି ହେବା ପରେ ଯେଉଁ ଗାଇଡ ଲାଇନ ଆସିଛି ତାହା ମହିଳାଙ୍କୁ ଏକପ୍ରକାର ଭଣ୍ଡାଇ ଦେଇଛି କହିଲେ ଚଳେ । ଦୁଇ ବର୍ଷରେ 50 ହଜାର ଟଙ୍କା ନୁହେଁ ବରଂ ପାଞ୍ଚ ବର୍ଷରେ 50 ହଜାର ଟଙ୍କା ପାଇବେ ମହିଳା । ତା ସହିତ କର୍ମୀଜୀବି ମହିଳା ଯେପରିକି ଆଶାକର୍ମୀ,ପାଚିକା ସେମାନେ ମଧ୍ୟ ଏଥିରୁ ବାଦ ପଡିଛନ୍ତି । ସାଧାରଣରେ ଜନ ଅସନ୍ତୋଷ ଦେଖାଯିବା ସହିତ ବିରୋଧି ବିଜେଡି ଓ କଂଗ୍ରେସ ସମସ୍ତେ ମୋହନ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *