କୁହାଳିଆ ମମତାଙ୍କ ପାଟିଲେ ତାଲା ପକାଇଲେ ମୋହନ…

 କୁହାଳିଆ ମମତାଙ୍କ ପାଟିଲେ ତାଲା ପକାଇଲେ ମୋହନ…

କୁହାଳିଆ ମମତାଙ୍କୁ ପାନେ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଁ ଆଜ୍ଞା ମମତାଙ୍କ ମୁହଁ ବନ୍ଦ କରାଇଦେଲେ ଓଡିଶା ସରକାର । ପଶ୍ଚିମବଙ୍ଗର ଅଭୟା କାଣ୍ଡର ଏବେ ପର୍ଯ୍ୟନ୍ତ ମଧ୍ୟ ଥଳ କି କୂଳ ମିଳୁ ନାହିଁ । ସେହି ସମସ୍ୟାର ସମାଧାନ କରିବା ବଦଳରେ ମଞ୍ଚ ଉପରେ ରହି କେନ୍ଦ୍ର ସରକାରଙ୍କ ସମେତ ଓଡିଶା ସରକାରଙ୍କୁ ଟାର୍ଗେଟ କରୁଛନ୍ତି ପଶ୍ଚିମବଙ୍ଗର ମମତା ସରକାର । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ ହେଉଥିବା ବେଳେ ମମତା ମଞ୍ଚରେ ରହି ଅନ୍ୟ ରାଜ୍ୟର ସରକାରମାନଙ୍କୁ ସମାଲୋଚନା କରୁଛନ୍ତି । ଯାହାକୁ ସହିନପାରି ମମତାଙ୍କୁ କଡ୍ଡା ଜବାବ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଶୁଣନ୍ତୁ ମଞ୍ଚ ଉପରେ ରହି କଣ କହୁଛନ୍ତି ମମତା ବାନାର୍ଜି । ଶୁଣିଲେ ତ ଆଜ୍ଞା ଓଡିଶା ପ୍ରତି ମମତାଙ୍କ ଏ କିପରି ମନୋଭାବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟ୍ୱିଟ କରି ସିଧା ସିଧା ମମତା ସରକାରଙ୍କୁ କହିଛନ୍ତି ଓଡିଶା ବିରୁଦ୍ଧରେ ଏଭଳି ଆପତ୍ତି ଜନକ ମନ୍ତବ୍ୟ ଦେବା ପାଇଁ ଆପଣଙ୍କୁ କିଏ ଅଧିକାର ଦେଲା । ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ ଅଟେ । ଓଡିସାବାସୀ ବେଶ ଦାୟିତ୍ୱବାନ ଏବଂ ସଚେତନ । ଓଡିଶା ପ୍ରତି ଏଭଳି ନକାରତ୍ମକ ମନୋଭାବ ଓ ବିଦ୍ୱେଶ ଭାବକୁ ଓଡିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ । ଜଘନ୍ୟ ଅପରାଧର ଶିକାର ହୋଇଥିବା ଝିଅକୁ ନ୍ୟାୟ ନ ଦେଇ ଏଭଳି ପ୍ରତିଶୋଧ ପରାୟଣ ମନୋଭାବ ଦେଶ ପାଇଁ ବିପଦ ବୋଲି ସିଧା ସିଧା ନିଜ ସୋସିଆଲ ମଡିଆରେ ପୋଷ୍ଟ କରି ମମତାଙ୍କୁ ଶୁଣାଇଦେଲେ ମୋହନ । ଜଣେ ମୁଖ୍ୟମନ୍ତ୍ରୀ ହୋଇ ଏକ ସମାବେଶରେ ଏପରି ମନ୍ତବ୍ୟ ଦେବା ଠିକ ନୁହେଁ ବୋଲି ସାରା ଦେଶରେ ଚର୍ଚ୍ଚା ବଢିଲାଣି ।

author

Related Articles

Leave a Reply

Your email address will not be published. Required fields are marked *