ମିଶିବେ ସିଦ୍ଧାର୍ଥ-ମନ୍ମଥ ହଜିବ ମୋହନଙ୍କ ନିଦ !

ମିଶିବେ ସିଦ୍ଧାର୍ଥ-ମନ୍ମଥ ହଜିବ ମୋହନଙ୍କ ନିଦ !

ପୁଣି ଆକ୍ଟିଭ ହେବେ ସୁରଙ୍କ ଦୁଇ ପୁଅ । ମୋହନଙ୍କୁ ଘେରିବେ ଓଡିଶା ବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବେ । ହଁ ଆଜ୍ଞା ଚଳିତ ସାଧାରଣ ନିର୍ବାଚନରେ ସୁର ରାଉତରାୟଙ୍କ ଦୁଇ ପୁଅକୁ ନେଇ ଓଡିଶା ରାଜନୀତିର ହେଉଥିଲା ଅନେକ ଚର୍ଚ୍ଚା । 24 ନିର୍ବାଚନରେ ନିର୍ବାଚନରୁ ସୁର ରାଉତରାୟ ନିଜେ ଓହରି ନିଜର ଦୁଇ ପୁଅଙ୍କୁ ମଇଦାନକୁ ଓହ୍ଲାଇଥିଲେ । ବହୁ ବାଦ ବିବାଦ ସତ୍ତ୍ୱେ ଦୁହେଁ ନିର୍ବାଚନ ଲଢିଲେ । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରୁ ଭୁବନେଶ୍ୱର ଲୋକସଭାରୁ ପ୍ରାର୍ଥୀ ହୋଇଥିଲେ ଏବଂ ବଡପୁଅ କଂଗ୍ରେସ ଟିକେଟରେ ନିମାପଡାରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ମୋଦି ଲହରକୁ ଭେଦ ନ କରିପାରି ମୂର୍ଚ୍ଚା ହୋଇ ପଡିଗଲେ ସୁରଙ୍କ ଦୁଇ ପୁଅ । ହେଲେ ପରାଜୟ ପରେ ମଧ୍ୟ ରାଜନୀତିରେ ବେଶ ଆକ୍ଟିଭ ରହିଛନ୍ତି ମନ୍ମଥ ରାଉତରାୟ । ହାରକୁ ଭୁଲି ପ୍ରମୁଖ ବିରୋଧି ଦଳ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ନବୀନଙ୍କ ନିର୍ଦ୍ଦେଶରେ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ଶାସକ ଦଳ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ଅନ୍ୟପଟେ କଂଗ୍ରେସ ନେତା ତଥା ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ମୋହନ ସରକାରଙ୍କୁ ଦୋଷ ଦେବା ପାଇଁ ପଛଉ ନାହାନ୍ତି । ଗୋଟି ଗୋଟି କରି ନବୀନଙ୍କ ଗୁମର ଖୋଲୁଛନ୍ତି ତା ସାଙ୍ଗକୁ ମୋହନ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣୁଛନ୍ତି । ପରିବର୍ତ୍ତନର ନାରା ଦେଉଥିବା ଭାରତୀୟ ଜନତା ପାର୍ଟି ସରକାର ଗଢିବା ପରେ ବିଜେପିର ନିଦ ହଜେଇଇବା ପାଇଁ ଦୁଇ ବିରୋଧି ଦଳରେ ରହିଥିବା ଦୁଇ ଭାଇ ସିଦ୍ଧାର୍ଥ ଓ ମନ୍ମଥ ସମ୍ପୂର୍ଣ୍ଣ ପ୍ରସ୍ତୁତ । ନିର୍ବାଚନରେ ସିନା ହାରିଗଲେ କିନ୍ତୁ ବିରୋଧି ଭାବେ ଦୁହେଁ କଥା କହି ସରକାରଙ୍କୁ ଶାଣିତ ଆକ୍ରମଣ କରିବାରେ ବେଶ ଆଗୁଆ । ଓଡିଶା ବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାରେ ସବୁବେଳେ ତତ୍ପର ସୁରଙ୍କ ଦୁଇ ପୁଅ ।

author

Related Articles

Leave a Reply

Your email address will not be published. Required fields are marked *