ଚୋରି ଘଟଣାରେ ପୋଲିସକୁ ବଡ ସଫଳତା

ଚୋରି ଘଟଣାରେ ପୋଲିସକୁ ବଡ ସଫଳତା

ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଅଜିତ କୁମାର ପାଢୀଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ସଫଳତା ।  ଚୋରି ଘଟଣାର ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ବାନ୍ଧିଲା ନିମଖଣ୍ଡି ଥାନା ପୋଲିସ ।ଗିରଫ ଅଭିଯୁକ୍ତଙ୍କ ଠାରୁ ୧୬୮ ଗ୍ରାମ ସୁନା ଅଳଙ୍କାର, ୨୦୦ ଗ୍ରାମ ରୁପା ଅଳଙ୍କାର, ୨ ଲକ୍ଷ ୨ ହଜାର ଟଙ୍କା ଗୋଟିଏ ମୋଟର ସାଇକେଲ ଜବତ ।ଗିରଫ ଅଭିଯୁକ୍ତ ମାନେ ହେଲେ ସନ୍ତୋଷ ସାହୁ, ଦୀପକ ମହାପାତ୍ର, ଏସ.କେ.ସଦାମ  ।ଚୋରି ସୁନାକୁ ଗ୍ରହଣ କରିବା ଅଭିଯୋଗର ବଡ଼ବଜାର ଅଞ୍ଚଳର ସୁନା ବ୍ୟବସାୟୀ ଏ.ଶ୍ରୀନୁକୁ ଗିରଫ କରିଛି ନିମଖଣ୍ଡି ଥାନା ପୋଲିସ ।ଗିରଫ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ସୁନା ଅଳଙ୍କାର ୫ଟି ଘରୁ ଚୋରି ହୋଇଥିଲା ।ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବ୍ରହ୍ମପୁର ଅତିରିକ୍ତ ଏସପି ରମେଶ ସେଠୀ ।

author

Related Articles

Leave a Reply

Your email address will not be published. Required fields are marked *