କାହିଁକି ସାଇଲେଣ୍ଟ ମୁଡରେ ପ୍ରଶାନ୍ତ ଜଗଦ୍ଦେବ ?

କାହିଁକି ସାଇଲେଣ୍ଟ ମୁଡରେ ପ୍ରଶାନ୍ତ ଜଗଦ୍ଦେବ ?

ଚଳିତ ସାଧାରଣ ନିର୍ବାଚନରେ ବେଶ ଚର୍ଚ୍ଚାରେ ଥିଲେ ଖୋର୍ଦ୍ଦା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଉଠୁଥିଲା ପ଼ଡୁଥିଲା ରାଜ୍ୟ ରାଜନୀତି । ତାଙ୍କର ବାହୁବଳୀ ଅନ୍ଦାଜ ପାଇଁ ସର୍ବଦା ସେ ସମାଲୋଚନା ଘେରକୁ ଟାଣି ହୋଇଯାଉଥିଲେ । ଅପରପକ୍ଷେ ବିଜେଡିରୁ ବହିଷ୍କୃତ ହେବା ପରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ଏବଂ ବିଜେପି ଟିକେଟରେ ନିର୍ବାଚନ ଲଢି ଜିତିଥିଲେ । ଆଉ ଆଜି ସେ ବିଜେପି ବିଧାୟକ ସାଙ୍ଗକୁ ଦଳର ଫାୟାର ବ୍ରାଣ୍ଡ ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ପାଖ ଲୋକ ପାଲଟିଛନ୍ତି । ନିର୍ବାଚନରେ ପ୍ରଚାର କରିବା ଠାରୁ ଆରମ୍ଭ କରି ଯେ ଏବେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ ଅପରାଜିତାଙ୍କ ସାଙ୍ଗେ ନଜର ଆସୁଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ସମସ୍ତ କାର୍ଯ୍ୟକ୍ରମରେ ଏକାଠି ନଜର ଆସୁଛନ୍ତି ଦୁଇ ବିଧାୟକ ଓ ସାଂସଦ । ଅନ୍ୟପଟେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଗୃହରେ ହୋହଲ୍ଲା କରୁଛନ୍ତି ବିରୋଧି । କିନ୍ତୁ ସାଇଲେଣ୍ଟ ମୁଡରେ ରହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ନା ଗୃହରେ ବିରୋଧିଙ୍କୁ ଆଟାକ କରୁଛନ୍ତି ନା ବିରୋଧି ବିଜେଡି ଓ କଂଗ୍ରେସକୁ ନେଇ ସେପରି କିଛି ମନ୍ତବ୍ୟ ଦେଉଛନ୍ତି । ଯାହା ରାଜ୍ୟ ରାଜନୀତିରେ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚର୍ଚ୍ଚାକୁ ଟାଣିଛି । ବିଜେପି ସରକାରକୁ ତିନିମାସ ବିତିଯାଇଥିବା ବେଳେ ଅନେକ ସମସ୍ୟାକୁ ନେଇ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଓ ମୋହନ ସରକାରଙ୍କ ମଧ୍ୟରେ କଥାକଟାକଟି ହୋଇଛି । ରାଜ୍ୟରେ ଆଳୁ ସମସ୍ୟା କଥା ହେଉ କି ରାଜ୍ୟପାଳଙ୍କ ପୁଅ ଏସଓଙ୍କୁ ମାଡ ମାରିବା ଘଟଣା ସବୁଥିରେ ଶାସକ ଦଳ ଉପରକୁ ସିଧା ସିଧା କାଦୁଅ ଛିଟା ଫିଙ୍ଗୁଥିଲେ ବିରୋଧି । ହେଲେ ନିର୍ବାଚନ ପୂର୍ବରୁ ନବୀନଙ୍କୁ ଧୋଉଥିବା ଜଗଦ୍ଦେବ ବାବୁ ଏବେ ପୁରା ସାଇଲେଣ୍ଟ ମୁଡରେ ରହିଛନ୍ତି । ଚର୍ଚ୍ଚା ହେଉଛି ଶାସକ ଦଳକୁ ଆସିବା ପରେ ଶାନ୍ତ ପଡିଯାଇଛନ୍ତି ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ ।

author

Related Articles

Leave a Reply

Your email address will not be published. Required fields are marked *