ବବିଙ୍କୁ ଦାୟିତ୍ୱ ଦେଇ ନିଜେ ଗାଁ ବୁଲିବେ ନବୀନ !

ବବିଙ୍କୁ ଦାୟିତ୍ୱ ଦେଇ ନିଜେ ଗାଁ ବୁଲିବେ ନବୀନ !

ଶଙ୍ଖ ଭବନରେ ବିଜେପି ବିରୁଦ୍ଧରେ ଚାଲିଛି ବଡ ରଣନୀତି । ହଁ ଆଜ୍ଞା ବିରୋଧି ଦଳରେ ବସିବା ପରଠାରୁ ଶାସକ ଦଳକୁ ଘେରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବିଜେଡି ସୁପ୍ରିମୋ । 24 ବର୍ଷ କ୍ଷମତାରେ ରହିବା ପରେ ହଠାତ ଏପରି ଗାଦିଚ୍ୟୁତ ହେବାକୁ ସହଜରେ ଗ୍ରହଣ କରିପାରୁନାହିଁ । ରାଜ୍ୟରେ ମୋହନ ସରକାରକୁ ଅଢେଇମାସ ବିତିଯାଇଛି ହେଲେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ କେତେ ତତ୍ପର ଅଛନ୍ତି ବର୍ତ୍ତମାନର ସରକାର ତାହାର ତର୍ଜମା କରିବେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ସେଇଥିପାଇଁ ତ ସେପ୍ଟମ୍ୱରରୁ ଗାଁ ବୁଲା ଆରମ୍ଭ କରିବେ ନବୀନ ବାବୁ । ସେପଟେ ନବୀନଙ୍କ ଗାଁ ବୁଲା ଆରମ୍ଭ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ଦୀର୍ଘଦିନ ହେବ ବିଜେଡିରୁ ଅଶ୍ୟମାନ ହୋଇଯାଇଥିବା ସାଙ୍ଗଠନିକ ସଂପାଦକ ପ୍ରଣୂ ପ୍ରକାଶ ଦାସ ଦଳରେ ପୁଣିଥରେ ଆକ୍ଟିଭ ନଜର ଆସିଲେଣି । ଖାଲି ସେତିକି ନୁହେଁ ନବୀନଙ୍କ ଗାଁ ବୁଲା ସରିବା ପରେ ନିଜ ଦଳର ସଙ୍ଗଠନକୁ ଆହୁରି ମଜଭୁତ କରିବା ଦିଗରେ କାର୍ଯ୍ୟ କରିବେ ନବୀନ ବାବୁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏତେଦିନ ପରେ ବବି ଆକ୍ଟିଭ ହେବା ପଛରେ ରହିଛି ନବୀନଙ୍କ ହାତ । ବବିଙ୍କ କାନ୍ଧରେ ସମସ୍ତ ଦଳର ଭାରକୁ ଟେକି ଦେଇ ଗୋଟେ ମାସ ପର୍ଯ୍ୟନ୍ତ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବେ ଏବଂ ତୃଣମୂଳ ସ୍ତରରୁ ନିଜ ଦଳକୁ ମଜଭୁତ କରିବେ । ଆଉ ଶଙ୍ଖ ଭବନର ସମସ୍ତ କାର୍ଯ୍ୟ ଟିକି ନିକି କରି ବବିଙ୍କୁ ଦିଆଯିବ । ଅପରପକ୍ଷେ ଶଙ୍ଖଭବନରେ ଛାତ୍ର ସଙ୍ଗଠନର ବୈଠକ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଏବଂ ମହିଳାଙ୍କୁ ଗୁରୁତ୍ୱ ଦେବାରେ ଆଗକୁ କାର୍ଯ୍ୟ କରିବେ ନବୀନ । ତେବେ ନିଜ ଦଳକୁ ସଙ୍ଗଠନ କରିବାରେ ଆଉ ମୋହନଙ୍କୁ ପାନେ ଦେବାରେ କେତେ ସଫଳ ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *