ବଞ୍ଚିଗଲେ ନବୀନ, ଫସିଗଲେ ମୋହନ

ବଞ୍ଚିଗଲେ ନବୀନ, ଫସିଗଲେ ମୋହନ

ଶେଷରେ ବହୁ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିଛି । ନୂଆ ସରକାର ଶପଥ ନେବାର ଗୋଟିଏ ଦିନ ପରେ ଶ୍ରୀମନ୍ଦିର ଦ୍ୱାର ଖୋଲିବା ସହ ପରବର୍ତୀ ସମୟରେ ରତ୍ନଭଣ୍ଡାର ମଧ୍ୟ ଖୋଲାଯାଇଛି । କିନ୍ତୁ ତରବରିଆ ହୋଇ ରତ୍ନଭଣ୍ଡାର ଖୋଲିବା ଏବେ ବିଜେପିକୁ ହିଁ ଭାରି ପଡିଛି । ଏବଂ ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ସୁନା ରୂପା ଚୋରାଚାଲାଣ ହେଉଥିବା ଅଭିଯୋଗ ଆସୁଛି । ଏବଂ ବିଜେପିକୁ ଦାୟୀ କରାଯାଉଛି । ତେବେ କିଛି ଦିନ ପୂର୍ବରୁ ଭୁବନେଶ୍ୱର ଏୟାରପୋର୍ଟରୁ ବିପୁଳ ପରିମାଣର ସୁନା ରୂପା ଜବତ କରାଯାଇଥିଲା । ଯାହାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଥିଲା । କି ଏ ସୁନା ଭୁବନେଶ୍ୱରକୁ ଆସୁଥିଲା ନା ଏ ସୁନା ଭୂବନେଶ୍ୱରରୁ ଅନ୍ୟ ଜାଗାକୁ ଯାଉଥିଲା ଏବଂ କିଏ ପଠାଉଥିଲା ତାହା ଏବେ ବି ସନ୍ଦେହ ଘେରରେ ରହିଛି । କିନ୍ତୁ ଏହାକୁ ନେଇ କେତେକ ଆକଳନ କରୁଛନ୍ତି ଯେ, ଏହି ସୁନା ରୂପା ଗହଣ ରତ୍ନଭଣ୍ଡାରର ବୋଲି । କାହିଁକି ନା ରତ୍ନଭଣ୍ଡାର ଖୋଲାହେବା ପରେ ସେଥିରେ କଣ ସବୁ ଅଳଙ୍କାର ରହିଛି, କେତେ ସୁନା ଏବଂ କେତେ ରୂପା ରହିଛି, ମହାପ୍ରଭୁଙ୍କ ଅଳଙ୍କାର ସବୁ ସୁରକ୍ଷିତ ଅଛି ନା ନାହିଁ ସେସବୁ ସମ୍ପର୍କରେ ମୋହନ ସରକାର କିଛି ବି ସୂଚନା ଦେଇନାହାନ୍ତି । ନା ଗଣତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯେଉଁଥିରୁ ଏହି ସୁନା ରତ୍ନଭଣ୍ଡାରରୁ ଚାଲାଣ ହେଉଥିବା ସନ୍ଦେହ ଆହୁରି ଦୃଢିଭୂତ ହେଉଛି । ଅନ୍ୟପଟେ ନବୀନ ସରକାରରେ କାହିଁକି ରତ୍ନଭଣ୍ଡାର ଖୋଲାଯାଉନଥିଲା ତାକୁ ନେଇ ବିଜେପି ଅନେକ ଥର ପ୍ରଶ୍‌ନ ଉଠାଇଛି । ଏବଂ ବିଜେଡି ସରକାର ଖାସ କରି ପାଣ୍ଡିଆନ ମହାପ୍ରଭୁଙ୍କ ଅଳଙ୍କାର ବିକ୍ରି କରିଥିବା ଅଭିଯୋଗ ମଧ୍ୟ କରୁଥିଲେ । କିନ୍ତୁ ଏବେ ବାଜି ଓଲଟିବା ସହ ବିଜେପି ଉପରକୁ ଲୋକ ଆଙ୍ଗୁଠି ଉଠାଇଲେଣି । ଏବଂ ବିଜେପି ରତ୍ନଭଣ୍ଡାରକୁ ଖୋଳ କରିଚାଲିଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ଦେଖାଯାଉ ଏ ପ୍ରସଙ୍ଗରେ ମୋହନ ସରକାର କଣ ଉତ୍ତର ରଖୁଛନ୍ତି ଏବଂ ରତ୍ନଭଣ୍ଡାର ସମ୍ପର୍କରେ କେବେ ସମସ୍ତ ସ୍ପଷ୍ଟୀକରଣ ଦେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *