ମୋହନଙ୍କୁ ଘେରିବାରେ ଫେଲ ମାରିଲେ ନବୀନ !

ମୋହନଙ୍କୁ ଘେରିବାରେ ଫେଲ ମାରିଲେ ନବୀନ !

ବିଧାନସଭାକୁ କାହିଁକି ଆସୁନାହାନ୍ତି ବିରୋଧି ଦଳ ନେତା ? ଶାସକ ଦଳକୁ ଘେରିବାରେ କାହିଁକି ପଛରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ? ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗୃହରେ ଅନୁପସ୍ଥିତି ରହୁଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ହଁ ଆଜ୍ଞା ଗୃହରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଉଛି କିନ୍ତୁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଗୃହରେ ଅନୁପସ୍ଥିତ ରହିବା ସାଧାରଣରେ ବିଜେଡି ଓ ନବୀନ ଦୁହିଁଙ୍କୁ ଚର୍ଚ୍ଚାକୁ ଟାଣିଛି । କେବଳ ନବୀନ ନୁହଁନ୍ତି ବରଂ ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାଯ୍ୟ ମଧ୍ୟ ଗୃହକୁ ଆସୁନଥିବା କଥା ଉଠୁଛି । ଅନ୍ୟପଟେ 20 ତାରିଖରୁ ବିଧାନସଭା ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଯାଇଛି । ପ୍ରଥମ ଅଧିବେଶନରେ ଆସୁଥିଲେ କିନ୍ତୁ ଏବେ ଆସୁନାହାନ୍ତି । ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅସୁସ୍ଥତା ହେତୁ ଗୃହକୁ ଆସୁନାହାନ୍ତି । ତେବେ 24 ବର୍ଷର ଅଭିଜ୍ଞତା ଥିବା ବିଜୁ ଜନତା ଦଳ ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଛି । ହେଲେ ବିଧାନସଭାରେ ଶାସକ ଦଳକୁ ଘେରିବାରେ ଫେଲ ମାରୁଛନ୍ତି ବିଜେଡି ବିଧାୟକ ମାନେ । ବିଧାନସଭାରେ ବିରୋଧି ଦଳ ନେତାଙ୍କ ଅଧିକା ଭୂମିକା ରହିଥାଏ କିନ୍ତୁ ଏଠାରେ ଖୋଦ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ହିଁ ଗୃହକୁ ଆସୁନାହାନ୍ତି । ତେବେ ନବୀନ ଗୃହକୁ ନଆସିବା ପଛର କାରଣ ଏପର୍ଯ୍ୟନ୍ତ ବିଜେଡି ନେତାମାନେ ସ୍ପଷ୍ଟ କରିନଥିବା ବେଳେ ଏହାକୁ ନେଇ କମ କହୁଛନ୍ତି ରାଜନୈତିକ ସମୀକ୍ଷକ ଆସନ୍ତୁ ଜାଣିବା ।

author

Related Articles

Leave a Reply

Your email address will not be published. Required fields are marked *