କାହା ମୁଣ୍ଡରେ ସୁନାକଳସ ଢାଳିବେ ମୋହନ ?

କାହା ମୁଣ୍ଡରେ ସୁନାକଳସ ଢାଳିବେ ମୋହନ ?

24 ବର୍ଷର ସରକାର ହାତରୁ କ୍ଷମତା ଛଡାଇ ନେଇ ଏକାକି ସରକାର କରିଛି ଭାରତୀୟ ଜନତା ପାର୍ଟି । ବିଜେପି ସରକାରକୁ ରାଜ୍ୟରେ ତିନିମାସ ପୂରିବାକୁ ଯାଉଛି ହେଲେ ଏବେ ବି ଛଅଟି ମନ୍ତ୍ରୀ ପଦବୀ ଖାଲି ପଡିଛି । ବିଧାନସଭାର ଦ୍ୱିତୀୟ ଅଧିବେଶନ ଚାଲିଥିବା ବେଳେ ବିଧାନସଭା ଅଧିବେଶନ ସରିବା ପରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହୋଇପାରେ । ଏହି ମନ୍ତ୍ରୀମଣ୍ଡଳରେ ପଶ୍ଚିମ ଓଡିଶାର ମନ୍ତ୍ରୀଙ୍କୁ ସ୍ଥାନ ମିଳିପାରେ । ତେବେ ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ସମ୍ୱଲପୁର ବିଧାୟକ ଜୟନାରାଣୟ ମିଶ୍ରଙ୍କୁ ମଧ୍ୟ ଏହି ନୂଆ ମନ୍ତ୍ରି ମଣ୍ଡଳରେ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ବଢୁଛି । ସେପଟେ ବିଜେଡିର ଗଡ ହୋଇ ରହିଥିବା ଯାଜପୁରରେ ଚଳିତ ସାଧାରଣ ନିର୍ବାଚନରେ ବିଜେପି ବିଜୟ ହାସଲ କରିଛି । ଶଙ୍ଖ ଗଡରେ ପଦ୍ମ ଫୁଟାଇଛନ୍ତି ବିଜେପିର ହେଭିୱେଟ । ଯାଜପୁର ବଡଚଣାର ବିଧାୟକ ଅମର ନାୟକ ଏବଂ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ମଧ୍ୟ ନୂଆ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିପାରେ । ଅନ୍ୟପଟେ ପ୍ରଥମ ଥର ମନ୍ତ୍ରି ମଣ୍ଡଳରେ ସ୍ଥାନ ନ ମିଳିବାରୁ ଜୟନାରାୟଣ ମିଶ୍ର ଦଳ ଉପରେ ଋଷିଥିବା ନେଇ ନାନାଦି ଚର୍ଚ୍ଚା ହେଉଥିଲା । ଏବେ ବିଧାନସଭାର ଦ୍ୱିତୀୟ ଅଧିବେଶନ ପରେ ଦଳରେ ତାଙ୍କୁ ପୁରସ୍କାର ଦେଇପାରନ୍ତି ମୋହନ ସରକାର । ଖୁବଶୀଘ୍ର ଏନେଇ ନୂଆ ଘୋଷଣା କରିବେ ମୋହନଙ୍କ ସରକାର । ଜୁନ 12 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମେତ 16 ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଏବଂ ମନ୍ତ୍ରୀମାନଙ୍କ ହାତରେ ଏକାଧିକ ବିଭାଗ ରହିଛି । ତେଣୁ ବିଭାଗ ଗୁଡିକୁ ଅଦିକ କ୍ରିୟାଶୀଳ କରାଯିବା ପାଇଁ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିବେ ମୋହନ ସରକାର । ତେବେ ଦେଖିବାକୁ ଅପେକ୍ଷା ରେସରେ ରହିଥିବା ନେତାମାନଙ୍କ ମଧ୍ୟରୁ କାହା ମୁଣ୍ଡରେ ସୁନା କଳସ ଢାଳିବେ ମୋହନ ସରକାର ।

author

Related Articles

Leave a Reply

Your email address will not be published. Required fields are marked *