ପୁଣି ବବିଙ୍କ ମୁଣ୍ଡରେ ହାତ ରଖିଲେ ନବୀନ

ପୁଣି ବବିଙ୍କ ମୁଣ୍ଡରେ ହାତ ରଖିଲେ ନବୀନ

ପୁଣି ବବିଙ୍କ ମୁଣ୍ଡରେ ହାତ ରଖିଲେ ନବୀନ । ଦୀର୍ଘ ଦିନର ବିରତୀ ପରେ ପୁଣି ଶଙ୍ଖ ଶିବିରରେ ନଜର ଆସିଲେ ବବି ଦାସ । ହଁ ଆଜ୍ଞା, ନିର୍ବାଚନରେ ହାରିବା ପରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ କୁଆଡେ ଗାଏବ ହୋଇଯାଇଥିଲେ । ନା ଦଳୀୟ କାର୍ଯ୍ୟକ୍ରମ ନା ବିଜେଡି ଶିବିର କେଉଁଠି ବି ବବିଙ୍କୁ ଦେଖିବାକୁ ମିଳୁନଥିଲା । କେଉଁ ବାଟେ ଆସୁଥିଲେ କେଉଁ ବାଟ ଯାଉଥିଲେ ତାର କିଛି ବି ଖୋଜ ଖବର ମିଳୁନଥିଲା । କିନ୍ତୁ ଏବେ ଏକ ବଡ ବ୍ରେକ ପରେ ବବି ପୁଣି ନିଜ ଅବତାରକୁ ରିଟର୍ଣ୍ଣ କରିଛନ୍ତି । ଯାହା ଏବେ ରାଜ୍ୟରେ ହେଡଲାଇନ ସାଜିଛି । କି ବବି ପୁଣି ନିଜ ରୋଲକୁ ଫେରିଆସିଲେ ଏବଂ ଏବଂ ଦଳର ଦାୟିତ୍ୱ ପୁଣି ନିଜ କାନ୍ଧକୁ ନେବେ ବୋଲି । ଅନ୍ୟପଟେ ଆଉ କିଛି ଦିନ ପରେ ନବୀନ ମଇଦାନକୁ ଓହ୍ଲାଇବେ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳ ବୁଲିି ତୃଣମୂଳ ସ୍ତରରେ ବିଜେଡିର ସ୍ଥିତି କିପରି ରହିଛି ତାହା ପରଖିବାକୁ ନିଜେ ଅଣ୍ଟା ଭିଡିଛନ୍ତି ନବୀନ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କିପରି ବିଜେଡି ଏଠାରେ ବିଜୟ ହେବ ସେନେଇ ଏବେ ଠୁ ହିଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ଆଉ ଏଥିପାଇଁ ଫୁଲ ଆକ୍ଟିଭ ମୋଡକୁ ଆସିଛନ୍ତି ବିଜେଡି ନେତା । ଯେଉଁଥିରେ ବବି ମଧ୍ୟ ଏକ ବଡ ଭୂମିକା ଗ୍ରହଣ କରିବେ ବୋଲି ଆକଳନ କରାଯାଉଛି । ଅନ୍ୟପଟେ ବବି ହାରିବା ପରେ ଯାଜପୁର ଗଡ ବି ଭୁଷୁଡିପଡିଲା ବୋଲି ଶାସକ ଦଳର ନେତା ମାନେ କଟାକ୍ଷ କରି କହୁଥିଲେ । କିନ୍ତୁ ଏବେ ବି ଯାଜପୁରରେ ବବିଙ୍କ ଦବଦବା ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଉ ଏବେ ବବିଙ୍କ ଦମଦାର ରିଟର୍ଣ୍ଣ ମଧ୍ୟ ସେ ଦିଗକୁ ଇସାରା ଦେଉଛି । ତେବେ ଦେଖାଯାଉ ବବିଙ୍କ ଏହି ରିଟଣ୍ଣ ଶାସକ ଦଳକୁ କେତେ ଭାରି ପଡୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *