ସ୍ୱାୟତ୍ତ ଶାସନ ଦିବସ ପାଳିତ; ଭଞ୍ଜନଗର ହେବ ଶ୍ରେଷ୍ଠ ଏନଏସି

ସ୍ୱାୟତ୍ତ ଶାସନ ଦିବସ ପାଳିତ; ଭଞ୍ଜନଗର ହେବ ଶ୍ରେଷ୍ଠ ଏନଏସି

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ପ୍ରାତଃ ସମୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସହରରେ ରାମ ଧୂନ୍ ପରିବେଷଣ, ସକାଳ ୮ଟା ବେଳେ ବରିଷ୍ଠ କାଉନସିଲର ଶିବରାମ ନାୟକ ଜାତୀୟ ପତାକା ଉତ୍ତୋଳନ, ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ,ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ, ଫିସେରୀ ରାସ୍ତାରେ ବିଭିନ୍ନ ପ୍ରକାର ଚାରା ରୋପଣ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓସ୍ଵାନ ଭିଡ଼ିଓ କଂଫରେନ୍ସିଙ୍ଗ ମାଧ୍ୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହାପରେ ସନ୍ଧ୍ୟା ସମୟରେ ମେନ ରୋଡ଼ ସ୍ଥିତ ଟାଉନ ହଲ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ତହସିଲଦାର ଉମା ଶଙ୍କର ସ୍ୱାଇଁ, ବିଡ଼ିଓ ମନ୍ମଥ କୁମାର ନାୟକ, ଏନଏସି ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, କନ୍ଧମାଳ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ିଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ବିବରଣୀ ପାଠ କରିବା ସହ ଏନଏସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ଆଗାମୀ ଦିନରେ ଭଞ୍ଜନଗର ଏନଏସିକୁ କିଭଳି ରାଜ୍ୟରେ ଶ୍ରେଷ୍ଠ କରାଯାଇ ପାରିବ ସେ ଦିଗରେ ବିଧାୟକ ଶ୍ରୀ ନାୟକ ଉଦ୍ୟମ ଅବ୍ୟାହତ ରଖିଛନ୍ତି ବୋଲି କହିଥିଲେ।ଅଶୋକ ମହାପାତ୍ର ସଭା ସଂଯୋଜନା କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଏନଏସିର ସମସ୍ତ କର୍ମଚାରୀ ଓ କଳାକାର ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *