ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ରକ; ଜାତୀୟ ରାଜପଥ ଅବରୋଧ

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍‌ରେ ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ରକ । ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ବାମୀକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା । ରାସ୍ତାରେ ତାଙ୍କର ବି ମୃତ୍ୟୁ ହୋଇଛି । ମୃତକ ହେଲେ ପୋଲସରା ଚଢ଼େୟାପଡା ଶାସନର ଦୁର୍ଗାମାଧବ ମିଶ୍ର (୪୦) ଓ ତାଙ୍କ ସ୍ତ୍ରୀ ଚିନ୍ମୟୀ ରାଣୀ ଶତପଥୀ (୩୪) । ସ୍ଥାନୀୟ ଲୋକ ଟ୍ରକ୍‌କୁ ଅଟକ ରଖିବା ସହ ଡ୍ରାଇଭରକୁ ପୁଲିସ ଜିମା ଦେଇଛନ୍ତି। ପୁଲିସ ଟ୍ରକ୍ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ମୃତକଙ୍କ ପରିବାର ଲୋକ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥରେ ବସିଥିଲେ । ରାସ୍ତାରୋକ କରିବା ଦ୍ବାରା ଦୁଇ ପାର୍ଶ୍ଵରେ ରାସ୍ତା ଜାମ୍ ହେବା ସହ ଶହ ଶହ ଗାଡ଼ି ଅଟକି ରହିଛି । ଗୋସାଇଁନୂଆଗାଁ, ବୈଦ୍ୟନାଥପୁର ଓ ଟ୍ରାଫିକ୍ ଥାନା କ୍ଷତିପୂରଣ ଦିଆଗଲେ ହିଁ ରାସ୍ତାରୁ ହଟିବେ ବୋଲି କହିଛନ୍ତି। ଜାତୀୟ ରାଜପଥ ଦୁଇ ପାର୍ଶ୍ବରେ ଶତାଧ୍ଵକ ଗାଡ଼ି ଜାମ୍ ହୋଇ ରହିଛି । ପୁଲିସ ଧାରଣରେ ଥିବା ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛି। ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ରାସ୍ତାରୋକରୁ ହଟିବେ ନାହିଁ ବୋଲି ଧାରଣାରତ ଲୋକ ଜିଦ୍ ଧରି ରହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *