ବିଶୁଦ୍ଧ ପାଣି ପାଇଁ ଗାଁରେ ବ୍ୟାପିଲା ଜଣ୍ଡିସ

ବିଶୁଦ୍ଧ ପାଣି ପାଇଁ ଗାଁରେ ବ୍ୟାପିଲା ଜଣ୍ଡିସ

ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ପଂଚାୟତ ର ଯୋଗୀପଦର ଗାଁ ରେ କାୟା ବିସ୍ତାର କରୁଛି ଜଣ୍ଡିସ ରୋଗ l ଗାଁ ରେ ଥିବା କୂଅ ଓ ନଳକୂଅ ର ଦୂଷିତ ପାଣି ସାଜିଛି ଜଣ୍ଡିସ ରୋଗର ପ୍ରମୁଖ କାରଣ l ତେଵେ ଆଜି ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ପହଂଚି ସ୍ଥିତ ପରଖିବା ସହ ଗ୍ରାମବାସୀଙ୍କ ସହ ଆଲୋଚନ କରିଛନ୍ତି l ସୂଚନା ଅନୁସାରେ ଗାଁ ରେ କିଛି ଦିନ ଲୋକଙ୍କ ଦେହ ଅସୁସ୍ଥ ହେଉଥିବା ବେଳେ ଲୋକେ ଚିକିତ୍ସା ପାଇଁ ମନମୁଣ୍ଡା ଡାକ୍ତରଖାନା କୁ ଆସି ଚିକିତ୍ସା କରାଇବା ସହ ରକ୍ତ ନମୁନା ଦେବାପରେ ରିପୋଟ ରୁ ଜଣ୍ଡିସ ଥିବା ଜଣାପଡିଥିଲା l ତେଵେ ଗାଁ ରେ ସ୍ୱାସ୍ଥ୍ୟ ବିଭାଗ ଓ ଜଳ ପରିମଳ ବିଭାଗ ପହଁଚି ଆଶା ଓ ଅଙ୍ଗେନବାଡ଼ି ଙ୍କ ସହଯୋଗ ରେ ବିଚିଙ୍ଗ ପାଉଡର ପକାଇ ଲୋକଙ୍କ ସହ ସଭାକରି ସଚେତନ କରିଥିଲେ ହେଲେ ଏଯାଏ ୧୦ଜଣ ଙ୍କୁ ଏହି ରୋଗ ବ୍ୟାପି ଥିବା ବେଳେ ଏଯାଏ ୫ଜଣ ସମ୍ପୂର୍ଣ ସୁସ୍ଥ ଥିବା ଅନ୍ୟ ୫ ଜଣଙ୍କ ସ୍ୱାସ୍ଥ୍ୟ ପାଇଁ ଚିକିତ୍ସା ଚାଲିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହ ଅନ୍ୟ ୭ ଜଣଙ୍କ ରକ୍ତ ନମୁନା ମଧ୍ୟ ବୌଦ୍ଧ କୁ ପଠାଯାଇଥିବା ସୂଚନା ଦିଆ ଯାଇଛି l ତେଵେ ବୌଦ୍ଧ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କ ସହ ଆଜି ଗାଁ ରେ ପହଂଚି ସ୍ଥିତି ପରଖି ଗ୍ରାମ ର ବ୍ୟବହୃତ ଜଳ ଦଣ୍ଡିସ ରୋଗ ର ପ୍ରମୁଖ କାରଣ ଓ ସମସ୍ତ ନଳକୂଅ କୁ ତୁରନ୍ତ ମରାମତି କରି ସ୍ଵଛ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିବା ଗ୍ରାମର ବେସରକାରୀ କୂଅ ଗୁଡିକ ର ପାଣି ବିଶୋଧନ କରିବାକୁ କହିଥିଲେ ଓ ଗ୍ରାମବାସୀଙ୍କୁ ମଧ୍ୟ ଗରମପାଣି ପିଇବା ସହ, ପରିବେଶ ସଫାରଖିବାକୁ ପରାମର୍ଶ ଦେଇଥିଲେ l

author

Related Articles

Leave a Reply

Your email address will not be published. Required fields are marked *