ଅପରାଜିତାଙ୍କ ଅପମାନର ପ୍ରତିଶୋଧ ନେଲା ବିଜେପି

ଅପରାଜିତାଙ୍କ ଅପମାନର ପ୍ରତିଶୋଧ ନେଲା ବିଜେପି

ହଁ ଆଜ୍ଞା ରାଜ୍ୟରେ ଏବେ ଜୋର ଧରିଛି ସ୍ୱାୟତ୍ତ ଶାସନ ଦିବସରେ ମେୟର ସୁଲୋଚନା ଦାସଙ୍କୁ ନିମନ୍ତ୍ରଣ କରି ଚେୟାର ନ ଦେବା ପ୍ରସଙ୍ଗ । ଅଭିଯୋଗ କରି ବିଜେପି ଉପରେ ବର୍ଷିଛନ୍ତି ମେୟର ସୁଲୋଚନା ଦାସ । ଭୁବନେଶ୍ୱରର ପ୍ରଥମ ନାଗରିକ ହେଉଛନ୍ତି ମେୟର । ସଧାରଣ ଜନତା ଭୋଟ ମାଧ୍ୟମରେ ତାଙ୍କୁ ନିଜର ଜନ ପ୍ରତିନିଧି ସଜାଇଛନ୍ତି । ହେଲେ ଜଣେ ଜନ ପ୍ରତିନିଧିଙ୍କୁ ସଭାକୁ ଡାକି ତାଙ୍କୁ ସିଟ ନ ଦେବା ଏକ ନିନ୍ଦନୀୟ କାର୍ଯ୍ୟବୋଲି ମତାମତ ରଖିଥିଲେ ଖୋଦ ମେୟର । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେଡି ସରକାରରେ ଥିବା ସମୟରେ ଭୁବନେଶ୍ୱର ପ୍ରତିଷ୍ଠା ଦିବସକୁ ଭୁବନେଶ୍ୱର ସାଂସଦ ଅପରାଜିତା ମ୍ୟାଡାଙ୍କୁ ନ ଡକାଯିବା ନେଇ ସରଗରମ ହୋଇଥିଲା । ଯାହାକୁ ନେଇ ସେ ବାରମ୍ୱାର ତତକାଳୀନ ସରକାରଙ୍କୁ ଜବାବ ମାଗିଥିଲେ ଏବଂ ରାଜ୍ୟସ୍ତରୀୟ କାର୍ଯ୍ୟଦିବସରେ ତାଙ୍କୁ ଅପମାନିତ କରାଯିବା କଥା ମଧ୍ୟ କହିଥିଲେ । ଆଉ ଏବେ ବିଜେପି ସରକାରରେ ମେୟରଙ୍କ ସହ ଏପରି ଘଟଣା ପୁରୁଣା ଇତିହାସର ପୁନରାବୃତ୍ତି କରିଛି । ପ୍ରତିଟି ସ୍ତରର ଶାସନ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ସ୍ୱାୟତ୍ତ ଶାସନ ଦିବସ ପାଳିତ ହେଉଛି ହେଲେ ଏଭଳି ଦିନରେ ମେୟରଙ୍କୁ ଅପମାନିତ କରାଯିବା ଦୁର୍ଭାଗ୍ୟ ଜନକ ବୋଲି କର୍ପୋରେଟର କହିଛନ୍ତି । ମହିଳା ସଶକ୍ତିକରଣକୁ ପ୍ରଶୟ ଦେଉଥିବା ବିଜେପି ସରକାର ମେୟରଙ୍କୁ ଏ କିଭଳି ସମ୍ମାନ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି କର୍ପୋରେଟର । ଅନ୍ୟପଟେ ବିଜେପି କର୍ପୋରେଟର ମାନେ ଏହି କଥାକୁ ଖଣ୍ଡନ କରିଛନ୍ତି ସେ କହିଛନ୍ତି ଯେତେବେଳେ ମେୟର ସଭାକୁ ଆସିନଥିଲେ ତାଙ୍କୁ ଚେୟାର କେମିତି ଦିଆଯିବ । ସେବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଉ ଏବେ ମେୟର ସୁଲୋଚନା ଦାସ । ସେବେ ଅପରାଜିତା ଅଭିଯୋଗ କରିଥିଲେ ଆଉ ଏବେ ମେୟର ମ୍ୟାଡାମ ଅଭିଯୋଗ କରିଛନ୍ତି । ତେବେ ରାଜ୍ୟ ରାଜନୀତିରେ ଦୁଇ ନେତ୍ରୀଙ୍କ ଏହି ଘଟଣା କେଉଁ ମୋଡ ଆଣୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *