ବିଶୃଙ୍ଖଳାରେ ଭର୍ତ୍ତି ଓଡିଶା ମୋହନଙ୍କୁ କଡା ସମାଲୋଚନା କଲେ ନବୀନ !

ବିଶୃଙ୍ଖଳାରେ ଭର୍ତ୍ତି ଓଡିଶା ମୋହନଙ୍କୁ କଡା ସମାଲୋଚନା କଲେ ନବୀନ !

ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ବିରୋଧି ଗାଦିରେ ବସିବା ପରଠାରୁ ବଦଳିଯାଇଛି ନବୀନ ପଟ୍ଟନାୟକଙ୍କ ହାବଭାବ । କାହା ବିରୁଦ୍ଧରେ ମୁହଁ ଖୋଲୁନଥିବା ନବୀନ ଅଢେଇମାସର ସରକାରଙ୍କୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ରାଜ୍ୟରେ ବିଜେପି ସରକାର ହେବା ପରେ ଅନେକ ବିଶୃଙ୍ଖଳା ଦେଖାଦେଇଛି ଯାହାକୁ ଲୋକଙ୍କ ସାମ୍ନାକୁ ନେଇ ଆସିଛନ୍ତି ନବୀନ ପଟ୍ଟନାୟକ । ମୋହନ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ରଥଯାତ୍ରାରେ ଅଘଟଣଠାରୁ ଆରମ୍ଭ କରି ଯେ ବାଲେଶ୍ୱରର ହିଂସା,ଚିକିଟି ମଦମୃତ୍ୟୁ ମାମଲା ଓ ରାଜ୍ୟପାଳଙ୍କ ପୁଅ ଏସଓଙ୍କୁ ମାଡ ମାରିବା ଘଟଣାରେ ଏପର୍ଯ୍ୟନ୍ତ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ମୋହନ ସରକାର । ଗୃହରେ ଅନେକ ଥର ବିଧାୟକ ମାନେ ଏହି ପ୍ରସଙ୍ଗରେ ନାରାବାଜି କରିଥିଲେ ସୁଦ୍ଧା ଏହାକୁ ବେଖାତିର କରି ଆସିଛନ୍ତି ରାଜ୍ୟ ସରକାର କିନ୍ତୁ ଯାହାକୁ ଏବେ ସହି ନପାରି ମୁହଁ ଖୋଲିଛନ୍ତି ନବୀନ ଏବଂ ଗଣମାଧ୍ୟମ ସାମ୍ନାରେ ମୋହନଙ୍କୁ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବିଧାନସଭାରେ ନବୀନଙ୍କ ଅନୁପସ୍ଥିତି ତାଙ୍କୁ ଚର୍ଚ୍ଚାକୁ ଟାଣିଥିବା ବେଳେ ମୋହନଙ୍କୁ ପ୍ରଶ୍ନ କରି ଚର୍ଚ୍ଚାରେ ନବୀନ

author

Related Articles

Leave a Reply

Your email address will not be published. Required fields are marked *