ବିଜେଡି ବିଧାୟକଙ୍କୁ ବିଜେପି ନେତାଙ୍କ ସପୋର୍ଟ

ବିଜେଡି ବିଧାୟକଙ୍କୁ ବିଜେପି ନେତାଙ୍କ ସପୋର୍ଟ

ରାଜ୍ୟରେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚପ୍ରତିଷ୍ଠା ପ୍ରସଙ୍ଗ ପୁଣି ତେଜିଛି । ବିଧାନସଭା ଗୃହରେ ଏହାକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ବିଜେଡି-ବିଜେପି । କିନ୍ତୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୋଟିଏ କଥା କହୁଥବା ବେଳେ ଦଳୀୟ ନେତା କିନ୍ତୁ ଅନ୍ୟ ଏକ କଥା କହିଛନ୍ତି । ଏବଂ ବିରୋଧୀ ନେତାଙ୍କୁ ବିଜେପି ନେତା ସପୋର୍ଟ କରିଥିବା କୁହାଯାଉଛି । ତେବେ ବଲାଙ୍ଗୀର ବିଧାୟକ କଳିକେଶ ସିଂ ଦେଓ ବଲାଙ୍ଗିରରେ ହାଇକୋର୍ଟର ସର୍କିଟ ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କ ପଦକ୍ଷେପ ଜାଣିବାକୁ ଚାହିଁଥିଲେ । ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ସୁପ୍ରିକୋର୍ଟଙ୍କ ରାୟ ଅନୁଯାୟୀ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର କୌଣସି ଯଥାର୍ଥତା ନାହିଁ । କିନ୍ତୁ ଏହାକୁ ନେଇ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିଜେଡି ବିଧାୟକଙ୍କ ସପୋର୍ଟରେ ବାହାରିଥିଲେ । ଏବଂ ହାଇକୋର୍ଟରେ ବେଞ୍ଚ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି ବୋଲି ଯୁକ୍ତି ବାଢଥିଲେ । ଯାହାକୁ ନେଇ ଏବେ ରାଜନୀତିରେ ଆଲୋଚନା ହେବା ସହ ପୁଣି ଥରେ ବିଜେପି ନେତାଙ୍କ ମଧ୍ୟରେ ତାଳମେଳ ନଥିବା ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *