ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କଲେ ଏସଓଜି ଜବାନ

ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କଲେ ଏସଓଜି ଜବାନ

ବୌଦ୍ଧ-କନ୍ଧମାଳ ଜିଲ୍ଲାର ସିମାନ୍ତ ଘଣ୍ଟାପଡ଼ା ଥାନାର ଉମା ପଞ୍ଚାୟତ ଅନ୍ତର୍ଗତ ଟୁଡିବାହାଲ ଜଙ୍ଗଲରେ ଏସ୍‌ଓଜି ଜବାନଙ୍କ ଦ୍ଵାରା ମାଓ କ୍ୟାମ୍ପ ଠାବ । ଏସ୍‌ଓଜି ଯବାନ ଙ୍କ ଦ୍ଵାରା ଚାଲିଥିଲା ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ କରିଥିଲେ।ସେଠାରୁ ମାଓବାଦୀଙ୍କ ପୋଷକ , ଔଷଧ, ସାଲାଇନ, ବିସ୍ଫୋରକ ଦ୍ରବ୍ୟ ଜବତ ହୋଇଛି । ଏନେଇ ଘଣ୍ଟାପଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସୂଚନାମୁତାବକ ବୌଦ୍ଧ-କନ୍ଧମାଳ ଜିଲ୍ଲାର ସିମାନ୍ତ ଘଣ୍ଟାପଡ଼ା ଥାନାର ଉମା ପଞ୍ଚାୟତ ଅନ୍ତର୍ଗତ ଟୁଡିବାହାଲ ଜଙ୍ଗଲରେ ଏସ୍‌ଓଜି ଜବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଏକ ଗୁପ୍ତ ମାଓ କ୍ୟାମ୍ପ ଠାବ ହୋଇଥିଲା ଯାହାକୁ ପୂର୍ବରୁ ମାଓବାଦୀ ମାନେ ନିଜ ଅତ୍ୟାବଶ୍ୟକ ସାମଗ୍ରୀ ଲୁଚାଇ ରଖିଥିଲେ । ଏହି କାମ୍ପ ରୁ ମାଓବାଦୀଙ୍କ ପୋଷକ , ଔଷଧ, ସାଲାଇନ, ବିସ୍ଫୋରକ ଦ୍ରବ୍ୟ ଜବତ ହୋଇଛି । ଯାହା କୁ ନେଇ ଘଣ୍ଟାପଡା ଥାନା ରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପଟେ ପୂର୍ବରୁ ଏହି ସାମଗ୍ରୀ ମାଓବାଦୀ ଲୁଚାଇ ରଖିଲେ ଯାହାକୁ ଯବାନ ମାନେ ଠାବ କରିବାରେ ସଫଳ ହୋଇଛନ୍ତି । ଏବେ ଜିଲ୍ଲାରେ ମାଓ ଗତିବିଧି କମି ଥିବା ବେଳେ ବିଭିନ୍ନ ଜଙ୍ଗଲ ରେ ସର୍ଚ୍ଚ ଅପେରେଶନ କରାଯାଉଛି ବୋଲି ବୌଦ୍ଧ ଏସିପି ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *