ହାତ ମିଶାଇବେ ମନ୍ମଥ-ଶ୍ରୀମୟୀ ମୋହନଙ୍କୁ ଦେବେ ଚ୍ୟାଲେଞ୍ଜ !

ହାତ ମିଶାଇବେ ମନ୍ମଥ-ଶ୍ରୀମୟୀ ମୋହନଙ୍କୁ ଦେବେ ଚ୍ୟାଲେଞ୍ଜ !

ଅଭିମାନ ଭଙ୍ଗ କରି ବହୁଦିନ ପରେ ଶଙ୍ଖ ଭବନରେ ପାଦ ଥାପିଛନ୍ତି ବିଜେଡିର ପାୱାରଫୁଲ ନେତ୍ରୀ ଶ୍ରୀମୟୀ ମିଶ୍ର । ନିର୍ବାଚନ ପୂର୍ବରୁ ସକ୍ରିୟ ଥିବା ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ଟିକେଟ ନ ମିଳିବା ପରେ କୁଆଡେ ଗାଏବ ହୋଇଯାଇଥିଲେ । ଆଶାଥିଲା ଏଥର ନିର୍ବାଚନ ଲଢିବେ କିନ୍ତୁ ଦଳ ଟିକେଟ ଦେଲାନାହିଁ ବୋଲି ଅନ୍ତର୍ଦ୍ଦାନ ହୋଇଯାଇଥିଲେ ହେଲେ ପୂର୍ବ ରାଗକୁ ଭୁଲି ଶଙ୍ଖଭବନରେ ପଡିଲା ଶ୍ରୀମୟୀଙ୍କ ପାଦ । ବୁଧବାର ବିଜୁ ମହିଳା ଜନତା ଦଳର ସମସ୍ତ ଜିଲ୍ଲାସ୍ତରୀୟ କର୍ମୀଙ୍କୁ ନେଇ ବୈଠକ କରୁଥିଲେ ଦଳର ସଭାପତି ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଆଉ ସେଠାରେ ନଜର ଆସିଲେ ଶ୍ରୀମୟୀ ଅପା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଯେଉଁ ମନ୍ମଥଙ୍କ ପାଇଁ ତାଙ୍କ ଟିକେଟ କଟିଥିଲା ଏବେ ତାଙ୍କ ସହ ମିଶି ଶାସକ ଦଳ ବିରୁଦ୍ଧରେ ଗର୍ଜନ କରିବେ ଶ୍ରୀମୟୀ ମିଶ୍ର । ନିଜର ସମସ୍ତ ରାଗ ଅଭିମାନକୁ ଭୁଲି ସେ ଦଳକୁ ଫେରିଛନ୍ତି । ନିର୍ବାଚନ ପୂର୍ବରୁ ଗାଏବ ହୋଇଥିବା ଶ୍ରୀମୟୀ ଭୁବନେଶ୍ୱର ନିର୍ବାଚନ ଦିନ ସାମ୍ନାକୁ ଆସିଲେ ଏବଂ ସୋସିଆଲ ମିଡିଆରେ ଆକ୍ଟିଭ ହେଲେ । ସୋସିଆଲ ମିଡିଆରେ ଶ୍ରୀମୟୀଙ୍କ ସକ୍ରିୟତା ପରେ ଚର୍ଚ୍ଚା ଲାଗି ରହିଲା ଯେ କେବେ ଶଙ୍ଖ ଭବନ ଆସିବେ ଶ୍ରୀମୟୀ ଅପା । ତାଙ୍କୁ ଫେରେଇ ଆଣିବା ପାଇଁ ନବୀନନିବାସଠାରୁ ଯେ ଶଙ୍ଖଭବନ ପର୍ଯ୍ୟନ୍ତ ଚାଲିଥିଲା ମାନସ ମନ୍ଥନ । ଆଉ ସେଥିରେ ସଫଳ ହେଲେ ବିଜେଡି ସୁପ୍ରିମୋ । ହାରିବା ପରେ ଦଳର ସମସ୍ତ ପୁରୁଣା କମିଟିକୁ ଭଙ୍ଗ କରି ନୂଆ କମିଟି ଗଠନ କରିଥିଲେ ଏବଂ ସେଥିରେ ଶ୍ରୀମୟୀ ଓ ମନ୍ମଥ ଉଭୟଙ୍କୁ ଦାୟିତ୍ୱ ମିଳିଥିଲା । ମନ୍ମଥ ରାଉତରାୟ ଦାୟିତ୍ୱ ତୁଲାଇବାରେ ନଜର ଆସିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶ୍ରୀମୟୀ ସେପରି ନଜର ଆସିନାହାନ୍ତି । ତେବେ ଦେଖିବାକୁ ଅପେକ୍ଷା ଦୁହେଁ ମିଶିକରି କେବେ ଶାସକ ଦଳକୁ ଘେରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *