ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ଏକ ମହାନ ପର୍ବ।କିପରି ଶାନ୍ତି ଶୃଙ୍ଖଳା ସହକାରେ ଏହା ପାଳନ କରାଯିବ ସେହି ଉଦ୍ଦେଶ୍ୟରେ ଗତ ୩ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଙ୍ଘ ଗଠନ କରାଯାଇଛି।ତେଣୁ ଚଳିତ ବର୍ଷ ଦଣ୍ଡଯାତ୍ରା ପରିଚାଳନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଜିଲୁଣ୍ଡି କାଳୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ସଂଘର ଜିଲ୍ଲା ସଭାପତି ଶିବ ରାମ ପ୍ରଧାନ,ସମ୍ମାନିତ ଅତିଥି ରୂପେ ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ସାହୁ, ଜିଲ୍ଲା ସହ ସମ୍ପାଦକ ତ୍ରିପତି ମହାରଣା,ସାନ ଖେମୁଣ୍ଡି ବ୍ଲକ ସଂଯୋଜକ ଅଖିଳ ପଟ୍ଟନାୟକ,ଜିଲୁଣ୍ଡି ସଭାପତି ଗୋକୁଳାନନ୍ଦ ପ୍ରଧାନ,ସମ୍ପାଦକ ଜି. ଗଣେଶ ଆଚାରି ଭଞ୍ଜନଗର ସଂଯୋଜକ ସାଧୁ ଚରଣ ସ୍ୱାଇଁ, ବେଲଗୁଣ୍ଠା ସଂଯୋଜକ ଭାସ୍କର ପାତ୍ର,ଡ଼ିହ ପଢାଳ ଅଧିକାରୀ ଶିବାନନ୍ଦ ବରାଡ଼,ଜିଲୁଣ୍ଡି ଅଧିକାରୀ ରାଜେନ୍ଦ୍ର ପ୍ରଧାନ,ସାମ୍ବାଦିକ ତଥା ବରିଷ୍ଠ ନିର୍ଦ୍ଦେଶକ ଲୋକନାଥ କର,ରିଓ ଭଞ୍ଜନଗର ଉପଖଣ୍ଡ ପ୍ରତିନିଧି ତଥା ଅଭିନେତା ଜୟକୃଷ୍ଣ ପଟ୍ଟନାୟକ ମଞ୍ଚାସୀନ ଥିଲେ।ଜିତେନ୍ଦ୍ର ପ୍ରଧାନ ସଭା ସଂଯୋଜନା କରିଥିଲେ।ସାମାଜିକ ନାଟକ ସକାଶେ ଗଞ୍ଜାମ ଜିଲ୍ଲାରେ ନାରୀ ଅଭିନେତ୍ରୀ ମିଳୁ ନ ଥିବାରୁ ବାହାର ଜିଲ୍ଲାର ଅଭିନେତ୍ରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ।ଏହାର ଫାଇଦା ଉଠାଇ ସେମାନେ ଅଧିକ ଦରରେ ଅଭିନୟ ପାଇଁ ଆସନ୍ତି ଏବଂ ଏଠାରେ ଅନ୍ୟାନ୍ୟ ବିଷୟରେ ଦାବି କରନ୍ତି।ଫଳରେ ଯାତ୍ରା କମିଟି କ୍ଷତି ସହିବାକୁ ବାଧ୍ୟ ହୁଏ।ଏହାକୁ ରୋକିବା ପାଇଁ ନାରୀ ଅଭିନେତ୍ରୀ, ଚିତ୍ରାଳୟ, ମ୍ୟୁଜିକ ଓ ଡ୍ୟାନ୍ସ ଗ୍ରୁପ ପାଇଁ ମଧ୍ୟ ଏକ ଦର ତାଲିକା ପ୍ରସ୍ତୁତ କରିବା ପାଇଁ ମତ ପ୍ରକାଶ ପାଇଥିଲା।ସେଥିପରି ଦଣ୍ଡଯାତ୍ରା ଓ ଧୂଳି ଦଣ୍ଡ ସମୟରେ ଅଶ୍ଲୀଳତା ପ୍ରଦର୍ଶନ ଯୋଗୁଁ ଲୋକଙ୍କ ମନରେ ଭକ୍ତିଭାବ କ୍ରମଶଃ ହ୍ରାସ ପାଉଛି।ଯାହା ଫଳରେ ଭକ୍ତ ଓ ମାନସିକଧାରୀଙ୍କ ମନରେ ଦଣ୍ଡଯାତ୍ରା ପ୍ରତି ଆଗ୍ରହ କମିବାରେ ଲାଗିଛି। ତେଣୁ ଜିଲ୍ଲା ମହାସଂଘର ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ପରିଚାଳନା କରିବା ପାଇଁ ସବୁ ଯାତ୍ରା କମିଟିକୁ ଅବଗତ କରାଯାଇଥିଲା।ଭଞ୍ଜନଗର ବ୍ଲକର ୧୫ଟି ଯାତ୍ରା କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ନିଜ ମତାମତ ଦେଇଥିଲେ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024