ବ୍ରଜରଙ୍ଗ ଦଳ ଓ ଅଗ୍ନିଶ୍ରମ ବିଭଗର ଅକ୍ଲାନ୍ତ ପରିଶ୍ରମ ପରେ ମୃତ୍ୟୁ ମୁଖରୁ ଉଦ୍ଧାର ହେଲା ଷଣ୍ଢ …

ବ୍ରଜରଙ୍ଗ ଦଳ ଓ ଅଗ୍ନିଶ୍ରମ ବିଭଗର ଅକ୍ଲାନ୍ତ ପରିଶ୍ରମ ପରେ ମୃତ୍ୟୁ ମୁଖରୁ ଉଦ୍ଧାର ହେଲା ଷଣ୍ଢ …

ଖଲିକୋଟ ସହର ରେ ଅବାଧ ଗୋରୁ ଗାଈମାନଙ୍କ ବିଚରଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ୩୦ ନମ୍ୱର ରାଜ୍ୟ ରାଜପଥ ଖଲ୍ଲିକୋଟ ସହର ଦେଇ ଯାଇଥିବା ବେଳେ ଏହି ମୂଖ୍ୟ ରାସ୍ତା ରେ ସହ ସହ ଗାଡି ଚଳାଚଳ କରିଥାନ୍ତି। ଏହି ରାସ୍ତା ରେ ଗାଈ ଗୋରୁ ଅବାଧରେ ବୁଲୁଥିବା ବେଳେ ବିଭିନ୍ନ ସମୟ ରେ ଦୁର୍ଘଟଣା ର ଶିକାର ହୋଇଥାନ୍ତି ଓ ବେଳେ ବେଳେ ମୃତ୍ୟୁ ମୁଖରେ ପଡ଼ିବାର ନଜିର ରହିଛି। ଗତ କାଲି ରାଜ ପ୍ରାସାଦ ପାଖରେ ଥିବା ଏକ ନଳା ଭିତରେ କୌଣସି କାରଣ ବଶତଃ ଏକ ଷଣ୍ଢ ପଡ଼ିଯାଇଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା । ଖବର ପାଇ ସ୍ଥାନୀୟ ବଜରଙ୍ଗ ଦଳର କର୍ମି ମାନେ ତତ୍ପରତା ଦେଖାଇ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ନଳା ର କଂକ୍ରିଟ ପ୍ଲେଟ କୁ କାଟି ପ୍ରାୟ ୨ରୁ ୩ଘଣ୍ଟା ର ପରିଶ୍ରମ ବଳରେ ଉକ୍ତ ଷଣ୍ଢ କୁ ଛ” ଫୁଟ ଗଭୀର ନଳା ରୁ ଉଦ୍ଧାର କରିଥଲେ।

author

Related Articles

Leave a Reply

Your email address will not be published. Required fields are marked *