ଜାଣି ଜାଣି ଠକୁଛନ୍ତି ମୋହନ…ସୁଭଦ୍ରା ଯୋଜନାକୁ ପାଉନି ଲୋକଙ୍କ ଭରସା!

ଜାଣି ଜାଣି ଠକୁଛନ୍ତି ମୋହନ…ସୁଭଦ୍ରା ଯୋଜନାକୁ ପାଉନି ଲୋକଙ୍କ ଭରସା!

ସୁଭଦ୍ରା ଯୋଜନାକୁ ନେଇ କନଫ୍ୟୁଜନ ଥମିବାର ନାଁ ଧରୁନି । ମନ୍ତ୍ରୀଙ୍କ ବୟାନବାଜିକୁ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ହଁ ଆଜ୍ଞା, ରାଜ୍ୟରେ ଏବେ ସୁଭଦ୍ରା ଯୋଜନାକୁ ନେଇ ଚହଳ ପଡିଛି । ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମହିଳାଙ୍କୁ ମିଳିବାକୁ ଥିବା ବେଳେ ଏଥିପାଇଁ ମହିଳାମାନେ ଚଳଚଞ୍ଚଳ ହୋଇପଡିଛନ୍ତି । ପଞ୍ଚାୟତ ଗୁଡିକରେ ଲାଇନ ଲଗାଇ ଛିଡା ହେଉଛନ୍ତି । ଏପରିକି ଆଧାର କାର୍ଡ ସଂଶୋଧନ ପାଇଁ ମଧ୍ୟ ରାତି ରୁ ଲାଇନ ଲଗାଉଥିବାର ଅନେକ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ରାଜନୈତିକ ସମୀକ୍ଷକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏବଂ ବିଜେପି ଜାଣି ଜାଣି ଲୋକଙ୍କୁ ହଇରାଣ କରୁଥିବା ମତପ୍ରକାଶ କରୁଛନ୍ତି । ତେବେ ଏତିକି ନୁହେଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ, ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାର କୌଣସି ନିଦ୍ଦିଷ୍ଟ ସମୟ ସୀମା ନାହିଁ । ଯେତେବେଳେ ପାରିବେ ଜଣେ ମହିଳା ଏହି ଯୋଜନା ପାଇଁ ଆବଦନ କରିପାରିବେ ବୋଲି । କିନ୍ତୁ ଏଠି ଦ୍ୱନ୍ଦ୍ୱ ହେଉଛି ଯଦି ଜଣେ ମହିଳା ୧୭ ତାରିଖ ପରେ ଆବେଦନ କରିବ ତେବେ ତାଙ୍କୁ ପ୍ରଥମ କିସ୍ତି କେବେ ମିଳିବ ତାକୁ ନେଇ ମଧ୍ୟ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ଏବଂ ଏହାକୁ ନେଇ ଜାଣି ଜାଣି ମହିଳାଙ୍କୁ ମୋହନ ସରକାର ଠକୁଥିବା ଅଭିଯୋଗ ଆସୁଛି । ଏହା ସହ ଅନଲାଇନରେ ମଧ୍ୟ ଦିନକୁ ସୁଭଦ୍ରା ପୋର୍ଟାଲରେ ଗୋଟିଏ କିମ୍ବା ଦୁଇଟି ଫର୍ମ ଅପଲୋଡ ହେଉଥିବା ସୂଚନା ମିଳୁଛି । ଏବଂ ସର୍ଭର ଡାଉନ ହେତୁ ମହିଳାମାନେ ହଇରାଣ ହେଉଛନ୍ତି । କିନ୍ତୁ ବିଜେପି ଏସବୁ କି ଧ୍ୟାନ ନଦେଇ ନିଜ ପ୍ରତିଶୃତି ପାଳନ କରୁଛି ବୋଲି ଯୁକ୍ତି ବାଢୁଛି । କିନ୍ତୁ ବାସ୍ତବ ରେ ଚିତ୍ର କଣ ତାହା ଧୀରେ ଧୀରେ ସ୍ପଷ୍ଟ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *