ସୋସିଆଲ ମିଡିଆରେ ନିଜ ଝିଅକୁ ଏମିତି କହିଲେ ମନୋଜ…

ସୋସିଆଲ ମିଡିଆରେ ନିଜ ଝିଅକୁ ଏମିତି କହିଲେ ମନୋଜ…

ଦ୍ୱିତୀୟ ବିବାହ କରିବା ପରେ ଚର୍ଚ୍ଚାରେ ଅଭିନେତା ତଥା ରାଜନେତା ମନୋଜ ମିଶ୍ର । ହଁ ଦର୍ଶକବନ୍ଧୁ ବିବାଦ ଘେରରେ ଛନ୍ଦି ହେଉଛନ୍ତି ମନୋଜ ମିଶ୍ର । କେତେବେଳେ ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ତ ଆଉ କେତେବେଳେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ । ଦ୍ୱିତୀୟ ବିବାହ କରିବା ପରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲୁଛନ୍ତି ମନୋଜଙ୍କ ପ୍ରଥମ ପତ୍ନୀ । ନିଜର ବ୍ୟକ୍ତିଗତ ଜୀବନର ଟିକନିକ ଖବର ସେ ଗଣମାଧ୍ୟମ ସାମ୍ନାରେ ରଖିବା ପରେ ଅଡୁଆରେ ପଡିଯାଉଛନ୍ତି ମନୋଜ ମିଶ୍ର । ମନୋଜଙ୍କ ପ୍ରଥମ ପତ୍ନୀ ମାନାଙ୍କ ଝିଅ ହେଉଛନ୍ତି ଭବ୍ୟା । 55 ବର୍ଷ ବୟସରେ ବାପାଙ୍କ ଏପରି ଦ୍ୱିତୀୟ ବିବାହ ନିଷ୍ପତ୍ତି ଝିଅକୁ ଦେଇଛି ଶକ୍ତ ଝଟକା । କିନ୍ତୁ ପ୍ରଥମ ପତ୍ନୀଙ୍କ ଠାରୁ ବିଦାୟ ନେଇଥିଲେ ସୁଦ୍ଧା ନିଜ ଝିଅ ପ୍ରତି ନିଜର ଭଲପାଇବାକ ସେପରି ଜାରି ରଖିଛନ୍ତି ମନୋଜ ମିଶ୍ର । ମନୋଜଙ୍କ ଦ୍ୱିତୀୟ ବିବାହ ପରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ନାନା ଚର୍ଚ୍ଚା ହେବା ପରେ ମୁହଁ ଖୋଲିଛନ୍ତି ମନୋଜ ମିଶ୍ର । ସେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି କି ଭବ୍ୟା ମୁଁ ଜାଣିଛି ବର୍ତ୍ତମାନ ସମୟ ତୋ ପାଇଁ ବହୁତ କଷ୍ଟକର ସମୟ ,କିଛି ୟ୍ୟୁଟୁବର ଟିଆରପି ଚକ୍କରରେ ତୋ ମାଆର ଇଣ୍ଟରଭ୍ୟୁ ନେଉଛନ୍ତି ଏବଂ ତୁ ବଡ ହେଲେ ଏମାନଙ୍କୁ ଠିକ ଜବାବ ଦେବୁ କହି ନିଜ ଝିଅ ପ୍ରତି ଥିବା ଭଲପାଇବାକୁ ଏପରି କିଛି ଦର୍ଶାଇଛନ୍ତି ଅଭିନେତା ମନୋଜ ମିଶ୍ର । ମନୋଜଙ୍କ ପତ୍ନୀ ଇଣ୍ଟରଭ୍ୟୁ ମାଧ୍ୟମରେ ମନୋଜଙ୍କୁ ଦାୟୀ କରୁଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ଦ୍ୱିତୀୟ ପତ୍ନୀ ମମତାଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଅନ୍ୟପଟେ ଅଭିନେତା ମନୋଜ ମିଶ୍ରଙ୍କୁ ତାଙ୍କର ଏହି ଦ୍ୱିତୀୟ ବିବାହ ପାଇଁ ତାଙ୍କର ଫ୍ୟାନ ମାନେ ପ୍ରଶଂସା କରୁଥିବା ବେଳେ ଅନ୍ୟକେହି ତାଙ୍କୁ ନିନ୍ଦା ମଧ୍ୟ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *