ବିଜେପି ମନ୍ତ୍ରୀଙ୍କ ଚକ୍ରବ୍ୟୁହରେ ଫସିଲେ ଅପରାଜିତା ମ୍ୟାଡାମ !

ବିଜେପି ମନ୍ତ୍ରୀଙ୍କ ଚକ୍ରବ୍ୟୁହରେ ଫସିଲେ ଅପରାଜିତା ମ୍ୟାଡାମ !

କାହିଁକି ଦଳୀୟ କାର୍ଯ୍ୟକ୍ରମରେ ନଜର ଆସୁନାହାନ୍ତି ଅପରାଜିତା ? ନିଜେ ଦୂରେଇ ରହୁଛନ୍ତି ନା ତାଙ୍କୁ ଦଳରେ କୋଣଠେସା କରାଯାଉଛି ? ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ବଦଳିଛି ରାଜ୍ୟର ପରିସ୍ଥିତି କିନ୍ତୁ ବଦଳି ନାହିଁ ଶାସକ ଦଳର ସ୍ଥିତି । ପୂର୍ବରୁ ଯେମିତି ରହିଥିଲା ଏବେ ମଧ୍ୟ ଠିକ ସେପରି ରହିଛି । ଏକଥା ଆମେ ଏଇଥିପାଇଁ କହୁଛୁ ଯେ ପୁଣିଥରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ବଢିଲା ଚର୍ଚ୍ଚା । ପରିବର୍ତ୍ତନର ନାରା ଦେଉଥିବା ବିଜେପି ନୂଆ କରି ସରକାର ଗଢିଲା କିନ୍ତୁ ଅପରାଜିତା ଷଡଙ୍ଗୀଙ୍କ ହାବଭାବରେ କୌଣସି ପରିବର୍ତ୍ତନ ଆସିଲା ନାହିଁ । ଯେତେବେଳେ ବିଜେପି ବିରୋଧି ଦଳରେ ରହିଥିଲା ସେତେବେଳେ ମଧ୍ୟ ସାଂସଦ ନିଜର ସଙ୍ଗଠନ କରି ନିଜ ଦୁନିଆରେ ବ୍ୟସ୍ତ ରହୁଥିଲେ । ପୂର୍ବେ ସେୟା କରୁଥିଲେ ଆଉ ଏବେ ମଧ୍ୟ ଦଳର କୌଣସି କାର୍ଯ୍ୟକ୍ରମରେ ନଜର ଆସୁନାହାନ୍ତି ସାଂସଦ ମ୍ୟାଡାମ । ଚର୍ଚ୍ଚା ହେଲା କି ବିଜେପି ଶାସକ ଦଳରେ ବସିବା ପରେ ଅପରାଜିତାଙ୍କ ହାବଭାବରେ କୌଣସି ପରିବର୍ତ୍ତନ ଆସିବ କିନ୍ତୁ ସେପରି କିଛି ବି ହେଲାନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗଣେଷ ଚତୁର୍ଥୀ ଅବସରରେ ରାଜ୍ୟରେ ସୁଭଦ୍ରା ସଚେତନାତ ରଥର ଶୁଭ ଉଦଘାଟନ କରିଥିଲେ ରାଜ୍ୟ ସରକାର । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା,କନକ ବର୍ଦ୍ଧନ ସିଂଦେଓ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ରହିଥିଲେ । କିନ୍ତୁ ରାଜଧାନୀରେ ସରକାରଙ୍କ କାର୍ଯ୍ୟକ୍ରମ ହେଲା ପରନ୍ତୁ ସାଂସଦ ମ୍ୟାଡାମଙ୍କ ଅନୁପସ୍ଥିତି ତାଙ୍କୁ ରାଜ୍ୟ ରାଜନୀତିକୁ ଚର୍ଚ୍ଚାକୁ ଟାଣିଛି । ନିଜେ ସଙ୍ଗଠନ କରି ନିଜର କିଛି ବିଶ୍ୱସ୍ତଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଦଳର କୌଣସି କାର୍ଯ୍ୟକ୍ରମରେ ନଜର ଆସୁନାହାନ୍ତି । ନିର୍ବାଚନ ପୂର୍ବରୁ ନିଜ ଦଳରେ ଯେତିକି ଆକ୍ଟିଭ ରହୁଥିଲେ ନିର୍ବାଚନ ପରେ ଅପରାଜିତାଙ୍କ ସେପରି ସକ୍ରିୟତା ଦେଖିବାକୁ ମିଳୁ ନାହିଁ । ତେବେ ରାଜଧାନୀରେ ସାଂସଦ ମ୍ୟାଡାମଙ୍କ ଏପରି ଆଚରଣ ତାଙ୍କ ରାଜନୈତିକ କ୍ୟାରିୟରରେ କେଉଁ ମୋଡ ଆଣୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *