ଏକାମ୍ର ବିଧାୟକ ବାବୁ ସିଂଙ୍କୁ ଆସିଲା ହାଇକୋର୍ଟଙ୍କ ନୋଟିସ୍‌

ଏକାମ୍ର ବିଧାୟକ ବାବୁ ସିଂଙ୍କୁ ଆସିଲା ହାଇକୋର୍ଟଙ୍କ ନୋଟିସ୍‌

ଜଣଙ୍କ ପରେ ଜଣେ ନେତାଙ୍କୁ ଆସୁଛି ହାଇକୋର୍ଟଙ୍କ ନୋଟିସ । ଖାସ କରି ବିଜେପି ନେତାମାନଙ୍କୁ ହାଇକୋର୍ଟ ସମନ ଜାରି କରୁଥିବା ଖବର ସାମ୍ନାକୁ ଆସୁଛି । ଏପରିକି ଖାଲି ବିଧାୟକ ନୁହଁନ୍ତି ବିଜେପି ସାଂସଦଙ୍କ ନାଁରେ ମଧ୍ୟ ହାଇକୋର୍ଟରେ ମାମଲା ଚାଲିଛି । ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ବାବୁ ସିଂ । ବାବୁ ସିଂଙ୍କ ନାଁରେ ହାଇକୋର୍ଟରେ ମାମଲା ଦାଏର କରିଛନ୍ତି ତାଙ୍କ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ତଥା ଏକାମ୍ର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଅଶୋକ ପଣ୍ଡା । ତେବେ ଭୁବନେଶ୍ୱର ଏକାମ୍ର ବିଧାନସଭା ନିର୍ବାଚନ ମାମଲାରେ ହାଇକୋର୍ଟ ବିଧାୟକ ବାବୁ ସିଂଙ୍କୁ ଜବାବ ଦାଖଲ ନୋଟିସ ଜାରି କରିଛନ୍ତି । ପରାଜିତ ବିଜେଡି ପ୍ରାର୍ଥୀ ଅଶୋକ କୁମାର ପଣ୍ଡାଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ଆନନ୍ଦ ବେହେରା ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଅକ୍ଟୋବର ୧୦ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି । ତେବେ ବିଜେଡି ନେତା ଅଶୋକ ପଣ୍ଡା ଦାଖଲ କରିଥିବା ନିର୍ବାଚନୀ ପିଟିସନରେ ଅଭିଯୋଗ କରିଛନ୍ତି ଯେ. ବାବୁ ସିଂ ନାମାଙ୍କନ ପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରେ ଅନେକ ତଥ୍ୟ ଲୁଚାଇଛନ୍ତି । ତେଣୁ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି । ଏବଂ ହାଇକୋର୍ଟ ମାମଲାର ଶୁଣାଣି କରି ବାବୁ ସିଂଙ୍କୁ ଜବାବ ଦାଖଲ ନୋଟିସ ଜାରି କରିଛନ୍ତି । ଅନ୍ୟପଟେ ବିଜେପିର ବିଜୟକୁ ନେଇ ମଧ୍ୟ ଏବେବି ଅନେକ ସନ୍ଦେହ ରହିଛି । ବିଜେପି କିଛି କାରସାତି କରି ଜିତିଥିବା ଅନେକ ଅଭିଯୋଗ କରୁଛନ୍ତି । ଯାହାକୁ କେନ୍ଦ୍ର କରି ପରାଜିତ ପ୍ରାର୍ଥୀମାନେ ଜିତିଥିବା ପ୍ରାର୍ଥୀଙ୍କ ନାଁ ଅଭିଯୋଗ ଆଣିଛନ୍ତି । ତେବେ ଏହା ପୂର୍ବରୁ ଯେତେ ଜଣ ବିଜେପି ବିଧାୟକଙ୍କୁ ସମନ ଆସିଛି ସେମାନଙ୍କ ବିରୁଦ୍ଧରେ ଏଯାଏଁ ସେଭଳି କିଛି କାଯ୍ୟନୁଷ୍ଠାନ ନିଆଯାଇନାହିଁ । ଏବଂ ନାହିଁ ସେମାନଙ୍କ ବିଧାୟକ ଏବଂ ସାଂସଦ ପଦ ରଦ୍ଦ କରାଯାଇଛି । ତେବେ ଦେଖାଯାଉ ବାବୁ ସିଂଙ୍କ ବିଧାୟକ ରଦ୍ଦ ହେଉଛି ନା ଅଶୋକ ପଣ୍ଡା ପୁଣି ଥରେ ନିରାଶ ହେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *