ନବୀନ ଦେଲେ ଗୁରୁମନ୍ତ୍ର… ଏକାଠି ହେଲେ ବାପି-ସମ୍ୱିତ ମୋହନଙ୍କୁ ଦେବେ କଡ୍ଡା ଟକ୍କର !

ନବୀନ ଦେଲେ ଗୁରୁମନ୍ତ୍ର… ଏକାଠି ହେଲେ ବାପି-ସମ୍ୱିତ ମୋହନଙ୍କୁ ଦେବେ କଡ୍ଡା ଟକ୍କର !

ନବୀନ ନିବାସରେ ବସୁଛି ଘନ ଘନ ବୈଠକ । ପୁଣିଥରେ ଦଳର ବିପର୍ଯ୍ୟୟର ସମୀକ୍ଷା କରୁଛନ୍ତି ସୁପ୍ରିମୋ । ଦଳକୁ ତୃଣମୂଳ ସ୍ତରରୁ ସୃଦୁଢ କରିବାରେ ଲାଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତିଦିନ ଦଳର କର୍ମୀ ନେତାଙ୍କୁ ଭେଟି ଗୁରୁମନ୍ତ୍ର ଦେଉଛନ୍ତି ନବୀନ । ଚଳିତ ସାଧାରଣ ନିର୍ବାଚନରେ ଜଗତସିଂହପୁରରେ ନିଜର ସତ୍ତା ହରାଇଛି ବିଜେଡି । ସେଇଥିପାଇଁ ଜଗତସିଂହପୁରର ସମସ୍ତ ନେତା ଓ ନେତ୍ରୀଙ୍କୁ ଭେଟିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଏହି ବୈଠକରେ ବିଜେଡିର ପୁରୁଖା ନେତା ସମ୍ୱିତ ରାଉତରାୟ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ ଏବଂ ପାରାଦୀପର ଶ୍ରମିକ ନେତା ବାପି ସର୍ଖେଲ ଓ ତାଙ୍କ ପତ୍ନୀ ମୋନିଦୀପା ସର୍ଖେଲ ମଧ୍ୟ ସାମିଲ ହୋଇଥିଲେ । ସ୍ଥାନୀୟ ଅଞ୍ଚଳରେ କିଭଳି ଦଳ ଶାସକ ଦଳକୁ ଘେରିବ ସେ ନେଇ ନବୀନ ନିବାସରେ ବସି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ନବୀନ । ତେବେ ଏହା ପୂର୍ବରୁ ମଧ୍ୟ ବିଜେଡିର ପରାଜୟକୁ ନେଇ ଅନେକ ଥର ମୁହଁ ଖୋଲିଛନ୍ତି ସମ୍ୱିତ ରାଉତରାୟ ଚଳିତ ଥର ତାଙ୍କ ସ୍ଥାନରେ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ଟିକେଟ ମିଳିଥିଲା । ଏବଂ ହାରିବା ପରେ ସମ୍ୱିତ ରାଉତରାୟଙ୍କ ମୂଷା ଉପାଖ୍ୟାନାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ସିଧା ସିଧା ପାଣ୍ଡିଆନଙ୍କୁ ଆଟାକ କରିଥିଲେ ସମ୍ୱିତ । ଠିକ ସେହିପରି ଏକ ସଭାରେ ଶ୍ରମିକ ନେତା ବାପି ସର୍ଖେଲ ମଧ୍ୟ ବିଜେଡିର ପରାଜୟ ପାଇଁ ଭିକେ ପାଣ୍ଡିଆନଙ୍କୁ ଦାୟୀ କରାଇଥିଲେ । କିଛି ସମୟରେ ଏହି ଦୁଇ ନେତାଙ୍କ ମଧ୍ୟରେ ମନମାଳିନ୍ୟ ସୃଷ୍ଟି ହୋଇଥିବା ନେଇ ଅନେକ ଚର୍ଚ୍ଚା ହେଉଥିଲା । କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ନବୀନ ନିବାସରେ ସବୁ ନେତା ଏକାଠି ହେବା ପରେ ବଦଳିଯାଇଛି ଏହି ଦୁଇ ପୁରୁଖା ନେତାଙ୍କ ସ୍ୱର । ଏଣିକି ନବୀନଙ୍କ କର୍ଣ୍ଣମନ୍ତ୍ର ନେଇ ମୋହନ ସରକାରଙ୍କୁ ଘେରିବାକୁ ରେଡ୍ଡି ହେଲେଣି ସମ୍ୱିତ ଓ ବାପି ।

author

Related Articles

Leave a Reply

Your email address will not be published. Required fields are marked *