ଲଗାଣ ବର୍ଷାରେ ବାଲେଶ୍ୱର ସ୍ଥିତି ବେହାଲ..

ଲଗାଣ ବର୍ଷାରେ ବାଲେଶ୍ୱର ସ୍ଥିତି ବେହାଲ..

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କାରଣରୁ ସ୍ଥିତି ବେହାଲ ରହିଛି । ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବାଲେଶ୍ୱର ଓ ମୟୁରଭଞ୍ଜ ର ସ୍ଥିତି ମଧ୍ୟ ଅସମ୍ଭାଳ ରହିଛି । ଜଳକା ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବାଲେଶ୍ୱର ସହରରେ ପାଣି ଲହଡି ଭାଙ୍ଗୁଛି । ବାଲେଶ୍ୱର ସହରରେ ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବା ବେଳେ ତାହା ନଦୀର ଭ୍ରମ ସୃଷ୍ଟି କରୁଛି । ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରର ଅବସ୍ଥା ବେହାଲ । ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଛି ଫୁଟେ ଉଚ୍ଚର ପାଣି । ବାଲେଶ୍ୱରର ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ସକାଳୁ ପିଲାଙ୍କ ସ୍କୁଲ ଯିବାଠୁ ଆରମ୍ଭ କରି ଲୋକଙ୍କ ଅଫିସ ଯିବା ପର‌୍ୟ୍ୟନ୍ତ ସବୁ ଠପ୍ ହୋଇ ଯାଇଛି। ଏହି ରାସ୍ତା ଫକୀର ମୋହନ ମେଡିକାଲ କଲେଜକୁ ସଂଯୋଗ କରୁଥିବାରୁ ରୋଗୀଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି। ଏଥିସହ ବାଲେଶ୍ୱରରୁ ରେମୁଣା ଓ ଏନଏଚ୍-୧୬କୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ପ୍ରାଭାବିତ ହୋଇଛି।

author

Related Articles

Leave a Reply

Your email address will not be published. Required fields are marked *