ଆମ ଓଡିଶା ପକ୍ଷରୁ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା

ଆମ ଓଡିଶା ପକ୍ଷରୁ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା

ଓଡ଼ିଶାର ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମପଞ୍ଚାୟତର ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆମ ଓଡିଶା ପକ୍ଷରୁ ରାଜ୍ଯ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ପ୍ରତିଯୋଗିତାରେ ରସୁଲପୁର ପ୍ରଖଣ୍ଡର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରଥିବା ବେଳେ ଚିତ୍ରାଙ୍କନରେ ୧୩୦, ହସ୍ତାକ୍ଷରରେ ୧୫୪, ପ୍ରବନ୍ଧ ଓ ଭାଷାଜ୍ଞାନରେ ୯୮ ଜଣ ଛାତ୍ର-ଛାତ୍ରୀ ଯୋଗଦେଇଥିଲେ |ପ୍ରତିଯୋଗିତା ସରିବା ପରବର୍ତ୍ତୀ ପୁରସ୍କାର ବିତରଣ ସଭାରେ ହାଜିରହିମିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ବିଶ୍ଵାଳଙ୍କ ସଭାପତିତ୍ବରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଥିଲା |ଏହି ଉକ୍ତ ଉତ୍ସବରେ ବ୍ରହ୍ମବରଦା ଥାନା ଅଧିକାରିଣୀ ଅଂଶୁମାଳା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସେ କହୁଥିଲେ ଛାତ୍ର ଛାତ୍ରୀ ମାନେ ବାରମ୍ବାର ଚେଷ୍ଟାକରିବା ଦ୍ବାରା ସଫଳତା ମିଳିଥାଏ | ବ୍ରହ୍ମବରଦା ଗ୍ରାମପଞ୍ଚାୟତର ସରପଞ୍ଚ ମମତା ଶୁଭଦର୍ଶିନୀ ଦେଓ, ସମିତି ସଭ୍ୟା ରୁକସାନା ପରୱିନ, ସମାଜସେବୀ ପ୍ରଦୀପ ଦାସ, ସିଆରସିସି ଶ୍ରୀବତ୍ସ ସାହୁ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନୱର ଖାନ ଅଧ୍ୟାପକ ସୌଭାଗ୍ୟ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ କୁନିକୁନି ଛାତ୍ର ଛାତ୍ରୀଙ୍କ ମଧ୍ଯରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣୁଥିବାରୁ ସମ୍ବାଦର ଏଭଳି କାର୍ଯ୍ୟକ୍ରମକୁ ଭୂୟସି ପ୍ରଶଂସା କରିଥିଲେ |ଏହି ଅବସରରେ ହାଜିରହିମିଆ ବିଦ୍ୟାଳୟର ଛାତ୍ର ସତ୍ୟବ୍ରତ ଓଝା ହସ୍ତାକ୍ଷରରେ ପ୍ରଥମ ହୋଇଥିବା ବେଳେ ଅଙ୍କିତା ସ୍ଵାଇଁ ଦିତୀୟ ଓ ସ୍ମରଣିକା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ | ଚିତ୍ରାଙ୍କନରେ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲର ଛାତ୍ର ପ୍ରତୀକ ସାମଲ ପ୍ରଥମ ହୋଇଥିବା ବେଳେ ସୁଶ୍ରୀସଙ୍ଗୀତା ପଣ୍ଡା ଦିତୀୟ ଓ ରିତିପ୍ରିୟା ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ |ସେହିପରି ସତ୍ଯସାଇ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭମ ସାହୁ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ବେଳେ ଭାଗ୍ୟବତୀ ସାହୁ ଦିତୀୟ ଓ ଶ୍ରଦ୍ଧାଞ୍ଜଳି ଓଝା ତୃତୀୟ ସ୍ଥାନ ଅଧିକାର କରିଥିଲେ |କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଉପହାର ଦିଆଯାଇ ସମ୍ମାନିତ କରାଯାଇଥିଲା | କାର୍ଯ୍ୟକ୍ରମରେ ହାଜିରହିମିଆ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ନାୟକ,ଶ୍ରୀମନ୍ତିନି ଜେନା,ମମତା ମହାଳିକ,ଶକ୍ତିଶ୍ରୀ ପ୍ରିୟଦର୍ଶିନୀ, ସିଆରସିସି ମାନସ କୁମାର ଦାସ,ବଡବାଗସାହି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବି ନାରାୟଣ ମହାନ୍ତି,ଦାମୋଦର ସାହୁ,ବିରେନ୍ଦ୍ର କୁମାର ମହାନ୍ତି,ମହେନ୍ଦ୍ର ମହାନ୍ତି,ଅଧ୍ୟାପକ ସୌଭାଗ୍ଯ ସାହୁଙ୍କ ବକ୍ତବ୍ୟ ଅତି ସୁମଧୁର ହୋଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ନିରାକାର ବେହେରା,ଯଯାତି କେଶରୀ ବେହେରା,ପ୍ରତାପ ପୃଷ୍ଟି,ଶ୍ମୃତିରଂଜନ ରାଉତ,ଶଙ୍କର ସେଠୀ,ସାମାଜିକ କର୍ମୀ ସନ୍ଦିପ ପାଢି ସହଯୋଗ କରିଥିବା ବେଳେ ସମ୍ବାଦ ପ୍ରତିନିଧି ବାପୁଜୀ ଚରଣ ଜେନା ସଂଯୋଜନା କରିଥିଲେ| ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ପ୍ରଦୀପ ଦାସଙ୍କ ମନଲୋଭା ଭାଷଣ କୁନି କୁନି ପିଲାଙ୍କୁ ବେଶ ଆକର୍ଷ କରି ପାରିଥିଲା |

author

Related Articles

Leave a Reply

Your email address will not be published. Required fields are marked *