ବିଜେପି ନେତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଲେ ନବୀନ

ବିଜେପି ନେତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଲେ ନବୀନ

କଣ ରହିଛି ସର୍ମ୍ପକ ?

ଜଣେ ବିଜେପି ନେତା ତଥା ବର୍ତ୍ତମାନର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ..ଆପଣ ଭାବୁଥିବେ ନବୀନଙ୍କ ତାଙ୍କ ସହ କଣ ରହିଛି ସର୍ମ୍ପକ ? କହିଁକି ଆଇନ ମନ୍ତ୍ରୀଙ୍କ ବାପାଙ୍କ କଥା ପଚାରି ବୁଝିଲେ ନବୀନ ?

ତେବେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବାପା ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥତା ହେତୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି .ଯାହାର ଖବର ପାଇଁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଫୋନ କରି ବିଶ୍ୱଭୂଷଣଙ୍କ ସ୍ୱାସ୍ଥ୍ୟବସ୍ଥା ସର୍ମ୍ପକରେ ପଚାରି ବୁଝିଥିଲେ .

ତେବେ ବିଶ୍ୱଭୁଷଣ ହରିଚନ୍ଦନ ପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ରାଜ୍ୟପାଳ ଥିଲେ .ତେଣୁ ନବୀନ ଜଣେ ବିରୋଧି ଦଳର ନେତାଭାବେ ନୁହେଁ ଜଣେ ପ୍ରକୃତ ମଣିଷ ହିସାବରେ ତାଙ୍କ କଥା ପଚାରି ବୁଝିଥିଲେ .ସେହିପରି ଅପରପକ୍ଷେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭେଟିଛନ୍ତି .ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *