ଝାଡୁ ମାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଝାଡୁ ମାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଜ୍ଜୈନ ଗସ୍ତ କରି ମହାକାଲଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ମନ୍ଦିରକୁ ସ୍ୱତନ୍ତ୍ର ଭାବେ ସଜାଯାଇଥିଲା । ରାଷ୍ଟ୍ରପତି ମୁର୍ମୁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ ଏବଂ ଇନ୍ଦୋରର ସ୍ୱଚ୍ଛତାକୁ ପ୍ରଶଂସା କରିଥିଲେ । ରାଷ୍ଟ୍ରପତି ସକାଳ 10ଟାରେ ଉଜ୍ଜୈନରେ ପହଞ୍ଚିଥିଲେ । ସେ ମହାକାଳେଶ୍ୱର ଜ୍ଯ଼ୋତିର୍ଲିଙ୍ଗ ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିଲେ ଏବଂ ଆଶୀର୍ବାଦ ପ୍ରାର୍ଥନା କରିଥିଲେ । ଏହି ଅବସରରେ ସମଗ୍ର ମନ୍ଦିରକୁ ଫୁଲରେ ସଜାଇ ଦିଆଯାଇଥିଲା ।

ରାଷ୍ଟ୍ରପତି ସଫେଇ କର୍ମଚାରୀଙ୍କ କାର୍ଯ୍ଯ଼କୁ ପ୍ରଶଂସା କରି କହିଥିଲେ, “ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ସ୍ୱଚ୍ଛତା ମିତ୍ରମାନଙ୍କୁ ଧନ୍ଯ଼ବାଦ ଜଣାଉଛି । ଆପଣମାନଙ୍କ କାରଣରୁ ଏହି ସ୍ୱଚ୍ଛତା ଅଭିଯାନ ବ୍ଯ଼ାପକ ହୋଇଛି । ସେ ଇନ୍ଦୋରର ସ୍ୱଚ୍ଛତାକୁ ମଧ୍ଯ଼ ପ୍ରଶଂସା କରିଥିଲେ । ମଧ୍ଯ଼ପ୍ରଦେଶ ଗସ୍ତ ସମୟରେ ମୁଖ୍ଯ଼ମନ୍ତ୍ରୀ ମୋହନ ଯାଦବଙ୍କ ସହ ସାକ୍ଷ୍ୟାତ ହୋଇଥିଲା । ଏହି ଅବସରରେ ମନ୍ଦିରକୁ ସ୍ୱତନ୍ତ୍ର ଭାବେ ସଜାଯାଇଥିଲା। ପ୍ରବେଶ ଦ୍ୱାର ଠାରୁ ଆରମ୍ଭ କରି ମହାକାଳ ପର୍ଯ୍ଯ଼ନ୍ତ ସବୁଆଡେ ଫୁଲରେ ସଜ୍ଜିତ ହୋଇଥିଲା । ଏହି ଲୋକନୃତ୍ଯ଼ ଦଳ ମଧ୍ଯ଼ ନୃତ୍ଯ଼ ପରିବେଷଣ କରିଥିଲେ ।

ଫାଟକରେ ରାଷ୍ଟ୍ରପତି ମୁର୍ମୁଙ୍କୁ ସ୍ୱସ୍ତି ପାଠ ଏବଂ ଶଙ୍ଖ ବଜାଇ ସ୍ୱାଗତ କରାଯାଇଥିଲା । ଏହାପରେ ସେ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ସ୍ୱଚ୍ଛତା ହିଁ ସେବା ଅଂଶବିଶେଷ ସ୍ୱରୂପ ସେ ମନ୍ଦିର ପରିସରରେ ଶ୍ରମଦାନ ମଧ୍ଯ଼ କରିଥିଲେ। ମହାକାଳଙ୍କ ଦର୍ଶନ କରିବା ପରେ ରାଷ୍ଟ୍ରପତି ମୁର୍ମୁ ତ୍ରିବେଣୀ ସଭା-ମଣ୍ଡପମରେ ମୂର୍ତ୍ତି ନିର୍ମାଣ କରୁଥିବା କାରିଗରମାନଙ୍କ ସହ ଭାବ ବିନିମାୟ କରିଥିଲେ। ଏହି ଅବସରରେ ମୁଖ୍ଯ଼ମନ୍ତ୍ରୀ ମୋହନ ତାଙ୍କ ଅଭିଭାଷଣରେ କହିଥିଲେ ଯେ ମହାମହିମ ଉଜ୍ଜୈନ ଆସିଥିବାରୁ ଏହା ଆମ ପାଇଁ ଗର୍ବର ବିଷୟ

author

Related Articles

Leave a Reply

Your email address will not be published. Required fields are marked *