ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣକ ହେଉଛନ୍ତି ରାମଗିରି ଥାନା ଅନ୍ତର୍ଗତ ପଣସଢ଼ିଅ ଗ୍ରାମର ପରମlନନ୍ଦ ରଇତ ଓ ଗୁରୁତର ଆହତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗାଁର ଭାସ୍କର ଦଳାଇ । ଘଟଣାଟି ଘଟିଛି ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ପଞ୍ଚାୟତ ଅଧିନ କମଳାପୁର ଛକ ନିକଟରେ । ସୂଚନା ପ୍ରକାରେ, ଏକ ପାଇପ ବୋଝେଇ ଟ୍ରକ ବ୍ରହ୍ମପୁରରୁ ମୋହନା ଅଭିମୁଖେ ଆସୁଥିବା ବେଳେ ବାଇକ ଯୋଗେ ରାମଗିରିରୁ ବ୍ରହ୍ମପୁର ଅଭିମୁଖେ ବାଇକରେ ଯାଉଥିବା ୨ଜଣ ଯୁବକଙ୍କ ଗାଡ଼ି ସହ ଟ୍ରକର ଧକ୍କା ହୋଇଥିଲା ।ଯାହା ଫଳରେ ବାଇକ୍ ଚାଳକ ଓ ଆରୋହୀ ରାସ୍ତା କଡ଼କୁ ଛିଟିକି ହୋଇ ପଡ଼ିଯାଇଥିଲେ । ଘଟଣା ସ୍ଥଳରେ ଜଣକରେ ମୃତ୍ୟୁ ଘଟିଥିଲା । ଖବର ପାଇ ମୋହନା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା । ତେବେ ଡାକ୍ତରଖାନାରେ ପରମାନନ୍ଦଙ୍କୁ ଡାକ୍ତର ଆଶୁତୋଷ ପ୍ରଧାନ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ଭାସ୍କରଙ୍କୁ ବ୍ରହ୍ମପୁର mkcg ମେଡିକାଲ ପଠାଯାଇଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।
You can share this post!
author
Related Articles
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପୁଣି ବଦଳିଲା ବିଜେଡିର ରଣନୀତି
- September 28, 2024