ଯନ୍ତ୍ରୀ ନା କୁବେର ,ଟଙ୍କା ଗାଦିରେ ଶୋଉଥିଲେ !

ଯନ୍ତ୍ରୀ ନା କୁବେର ,ଟଙ୍କା ଗାଦିରେ ଶୋଉଥିଲେ !

ଯନ୍ତ୍ରୀ ନା କୁବେର . ରେଡ ବେଳେ ବାହାରିଲା ପୁଳା ପୁଳା ଟଙ୍କା .ବିଗତ କିଛି ଦିନ ହେବ ବିଭିନ୍ନ ଅଂଚଳର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଉଛି .ପରେ କୋଟି କୋଟି ଟଙ୍କାର ସମ୍ପତ୍ତି ଧରା ପଡୁଛି .ଠିକ ସେହିପରି ଏବେ ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ଯନ୍ତ୍ରୀ . ତେବେ ବାଲେଶ୍ବର ରୁରାଲ୍‌ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍‌ଭି ହରିହର ରାଓଙ୍କୁ . ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ .

ଶୁକ୍ରବାର ଯନ୍ତ୍ରୀଙ୍କ ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଇଥିଲା . ଯେଉଁଠାରୁ ବିପୁଳ ସଂପତ୍ତି ପାଇଥିଲା ଭିଜିଲାନ୍ସ . ଏହି ଘଟଣାରେ ଗତକାଲି ଭିଜିଲାନ୍ସର ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଥିଲେ . ପରେ ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ବିଭାଗ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ ଭି ହରିହର ରାଓଙ୍କ ସମ୍ପତ୍ତି ଉପରେ ଚଢାଉ କରାଯାଇଥିଲା ..

କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ମୁଖ୍ୟଯନ୍ତ୍ରୀଙ୍କ ବ୍ରହ୍ମପୁର ପୈତୃକ ଘର, ଭୁବନେଶ୍ୱର, ଫୁଲବାଣୀ, କେଉଁଝର ଏବଂ ବାଲେଶ୍ୱର ସମେତ ୧୧ଟି ଜାଗାରେ ଏକା ବେଳେ ଚଢଉ କରାଯାଇଥିଲା. ଚଢ଼ଉ ପରେ ୩.୪୩ କୋଟିର ସ୍ଥାୟୀ ଜମା, ୪୬ ଲକ୍ଷ ଟଙ୍କା ନଗଦ , ୫୧୦ ଗ୍ରାମ୍ ସୁନା, ୨ଟି କୋଠା ଓ ୪ଟି ଦାମୀ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ .

author

Related Articles

Leave a Reply

Your email address will not be published. Required fields are marked *