ଭରତପୁର ଥାନା ଘଟଣା , ରିପୋର୍ଟ ଦେଲା କ୍ରାଇମବ୍ରାଞ୍ଚ

ଭରତପୁର ଥାନା ଘଟଣା , ରିପୋର୍ଟ ଦେଲା କ୍ରାଇମବ୍ରାଞ୍ଚ

ଭରତପୁର ଥାନା ଘଟଣାକୁ ନେଇ ରିପୋର୍ଟ ଦେଲା କ୍ରାଇମବ୍ରାଞ୍ଚ . ଗତକାଲି ତଦନ୍ତର ଅଗ୍ରଗତି ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ ଜାତୀୟ ମହିଳା କମିଶନ . ଏହି ମାମଲାରେ ଆଜି ଜାତୀୟ ମହିଳା କମିଶନଙ୍କୁ ହସ୍ତାନ୍ତର କରିଛି କ୍ରାଇମବ୍ରାଞ୍ଚ . ତେବେ ରିପୋର୍ଟରେ କ’ଣ ଉଲ୍ଲେଖ ଅଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି.

ଗତ ୧୫ ତାରିଖ ରାତି ୧ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ମେଜର ଏବଂ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ କିଛି ଯୁବକ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ . ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ . କିନ୍ତୁ ସେମାନେ ଏତଲା ନ ରଖି ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ ମାରିବା ସହ ଦୁର୍ବ୍ୟବହାର କରିଥିଲେ .

ଭରତପୁର ଥାନାରେ ଥାର୍ଡ ଡିଗ୍ରୀ ପରେ ଏମ୍ସ ହସ୍ପିଟାଲରୁ ଅଙ୍କିତାଙ୍କ ଭିଡିଓ ଆସିଥିଲା .ଏକ ହ୍ୱିଲ ଚେୟାରରେ ବସାଇ କିଛି ମହିଳା ପୋଲିସ କର୍ମଚାରୀ ତାଙ୍କୁ ହସ୍ପିଟାଲ ବାରଣ୍ଡାରେ ନେଉଥିଲେ .ପୋଲିସ ମାଡ଼ରେ ତାଙ୍କ ହାତରେ ଆଘାତ ଲାଗିଥିଲା ,ତାଙ୍କ ଓଠ ଫାଟି ଦାନ୍ତ ଭାଙ୍ଗିଯାଇଛି .ସେ ଠିକସେ କଥା ହୋଇପାରୁନାଥିଲେ .ତେବେ ଏହି ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି ,ପୁରା ଘଟଣାରେ ରିପୋର୍ଟ ତଲବ କରିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *