ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ

ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ଆଜି ବୌଦ୍ଧ ସହରସ୍ଥିତ କଚେରୀ ପଡିଆ ଠାରେ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଓ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ମସ୍ôୟ ଓ ପ୍ରାଣୀ ସଂପଦ ବିକାଶ ଏବଂ ସୂକ୍ଷ୍ମ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗଦେଇ ମେଳାକୁ ଉଦଘାଟନ କରିବା ସହିତ ବୌଦ୍ଧ ଜିଲ୍ଲା ହେଉଛି ବୁଦ୍ଧଙ୍କ ମାଟି ଓ କଳା ସଂସ୍କୃତିର ମାଟି, ରାଜ୍ୟ ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପାଳନ କରୁଛି । ନିର୍ବାଚନ ସମୟରେ ସରକାର କଥା ଦେଇଥିଲା ଲୋକଙ୍କ ସାମାଜିକ ବିକାଶ ହେବ,ବୌଦ୍ଧିକ ବିକାଶ ହେବ, କୃଷି ଓ କୃଷକର ବିକାଶ ହେବ, ମହିଳା ମାନଙ୍କର ବିକାଶ ହେବ । ଏବେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଶହେ ଦିନରେ ମହିଳାମାନଙ୍କୁ ସ୍ୱାବଲମ୍ବୀ,ସଶକ୍ତ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସୁଭଦ୍ରା ଯୋଜନା ଆଣିଛନ୍ତି । ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ପାଂଚ ବର୍ଷରେ ୫୦ ହଜାର ଟଙ୍କା ଦେବାର ପ୍ରାବଧାନ ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ରାଜ୍ୟରେ ଡବଲ ଇଂଜିନର ସରକାର ଚାଲିଛି । ରାଜ୍ୟରେ ବିକାଶ ହେଉଛି । ବହୁତ କମ ଦିନ ମଧ୍ୟରେ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟ ସଂପୂର୍ଣ୍ଣ ହେବ । ସେଥିପାଇଁ ଯୁଦ୍ଧକାଳିନ ଭିତିରେ କାର୍ଯ୍ୟ ଚାଲିଛି ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଚାରି ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା । ଏଆରସିଏସ ହାଡିବନ୍ଧୁ ମହାକୁଡ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରମାଣ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏସପି ରାଜ ପ୍ରସାଦ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ହରଭଙ୍ଗା ବ୍ଲକ ଓରମାସ ଅଧିକାରୀ ଶିବାଶିଷ ଦାସ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *