ଭଞ୍ଜନଗର ଶାଖା ପକ୍ଷରୁ ପ୍ରତିଷ୍ଠିତ କଳାକାରଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର ଶାଖା ପକ୍ଷରୁ ପ୍ରତିଷ୍ଠିତ କଳାକାରଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖା ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଖ୍ୟାତିସମ୍ପର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ଭଞ୍ଜନଗର ଶାଖାର ସଭାପତି କୃତ୍ତିବାସ ବିଶ୍ୱାଳଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିଲେ।ଏଥିରେ ସମ୍ମାନିତ ଅତିଥି ରୂପେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ତ୍ରିନାଥ ନାୟକ, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଡକ୍ଟର କୁଳମଣି ଓଝା ମଞ୍ଚାସୀନ ଥିଲେ।ଗଞ୍ଜାମ ଜିଲ୍ଲା କଳା, ସାହିତ୍ୟ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି।ଘୁମୁସର ମାଟିର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ କବିତା କାଳଜୟୀ ହୋଇ ରହିଛି।ତାଙ୍କୁ ଅନୁସରଣ କରି ବହୁ କବି, ସାହିତ୍ୟିକ ଓ ଲେଖକ ଆଜି ନିଜକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରି ପାରିଛନ୍ତି।ତେଣୁ ଏଠିକାର କଳା ଓ କଳାକାରଙ୍କର କିଛି ସ୍ୱତନ୍ତ୍ରତା ରହିଛି।ଏହି ଅବସରରେ ସାମ୍ବାଦିକ ତଥା ଅଭିନେତା ଜୟକୃଷ୍ଣ ପଟ୍ଟନାୟକଙ୍କ ସମେତ ଭଞ୍ଜନଗର ଅଞ୍ଚଳର ଲୋକକଳାକୁ ବଞ୍ଚାଇ ରଖିଥିବା ବିଭିନ୍ନ ବର୍ଗର ୩୦ଜଣ ପ୍ରତିଷ୍ଠିତ କଳାକାରଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଟ୍ରଫି ଦେଇ ବିଧାୟକ ଶ୍ରୀ ନାୟକ ସମ୍ବର୍ଦ୍ଧିତ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *