ସନସାଇନ ହସ୍ପିଟାଲ ପକ୍ଷରୁ ୱାକାଥନ କାର୍ଯ୍ୟକ୍ରମ

ସନସାଇନ ହସ୍ପିଟାଲ ପକ୍ଷରୁ ୱାକାଥନ କାର୍ଯ୍ୟକ୍ରମ

ଓଡିଶା ର ନାଗରିକ ମାନଙ୍କ ପାଇଁ ଏକ ଦାୟିତ୍ୱଶୀଳ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଭାବେ ଆମର ପ୍ରାଥମିକ କର୍ତ୍ତବ୍ୟ ହେଉଛି ହାର୍ଟ ର ଯଥାଯଥ ଯତ୍ନ ନେବା ସମ୍ପର୍କରେ ସଚେତନତା କରାଇବା। ଏହାର ସନ୍ଦର୍ଭରେ, ସନସାଇନ ହସ୍ପିଟାଲ ଭୁବନେଶ୍ୱର ସମଗ୍ର ମାସ ରେ ଏକାଧିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ୨୯ ସେପ୍ଟେମ୍ବର ବିଶ୍ୱ ହୃଦୟ ଦିବସ ଭାବେ ପାଳିତ ହୋଉଥିବାରୁ, ସନସାଇନ ହସ୍ପିଟାଲ ଭୁବନେଶ୍ୱର ଆଜି ୨୨ ସେପ୍ଟେମ୍ବର ରବିବାର ରେ ସରସ୍ୱତୀ ଡିଗ୍ରୀ ବିଦ୍ୟାମନ୍ଦିର, ନୀଳକଣ୍ଠ ନଗର ସହ ମିଶି ଏକ ୱାକାଥନ୍ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ। ଉପରୋକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାର, ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ଅଧ୍ୟକ୍ଷ, ପି.ଜି. ପରିଷଦ, ଏବଂ ସନସାଇନ ହସ୍ପିଟାଲ ଭୁବନେଶ୍ୱର ର ନିର୍ଦ୍ଦେଶକ ଡାକ୍ତର ଆୟସକାନ୍ତ ମହାନ୍ତି ଦ୍ୱାରା ସଚେତନତା ରାଲି ର ଶୁଭ ଆରମ୍ଭ ହୋଇଥିଲା। ସେଥି ସହିତ ଅତିରିକ୍ତ ଏସ.ପି. ଶ୍ରୀ ରମେଶ ସେଠି, ଡି.ଏସ.ପି ଶ୍ରୀ ଏମ.ମୋହନ ରାଓ, ପ୍ରାଧାନାଚାର୍ଯ୍ୟ ସରସ୍ୱତୀ ବିଦ୍ୟାମନ୍ଦିର ସୁରେଶ ଆଚାର୍ଯ୍ୟ, ମୁଖ୍ୟଶିକ୍ଷକ ସରସ୍ୱତୀ ଶିଶୁ ମନ୍ଦିର ସନ୍ଦୀପ ପ୍ରୁଷ୍ଟି, ଡି.ଜି.ଏମ. ବିକାଶ ଓ ପ୍ରଗତି, ସନସାଇନ ହସ୍ପିଟାଲ ଡାକ୍ତର ରିତେଶ ଆଚାର୍ଯ୍ୟ, କର୍ଡିଓଲୋଜି କନ୍ସଲଟାଣ୍ଟ ଡାକ୍ତର ସ୍ୱେତାଙ୍କ ଦାସ, ସି ଟି ଭି ଏସ କନ୍ସଲଟାଣ୍ଟ ସନସାଇନ ହସ୍ପିଟାଲ ଭୁବନେଶ୍ୱର ଏବଂ ବ୍ରହ୍ମପୁର ର ଯୁବ ସମାଜସେବୀ ତଥା ଫାର୍ମାସିଷ୍ଟ ଶ୍ରୀ ରଜୀବ କୁମାର ମିଶ୍ର, ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସରସ୍ୱତୀ ଡିଗ୍ରୀ ମହାବିଦ୍ୟାଳୟର ପ୍ରାଧାନାଚାର୍ଯ୍ୟ ଡାକ୍ତର ସୁବ୍ରତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *