ବିଧାନସଭାରୁ ହଟିବେ ୭ ବିଜେପି ବିଧାୟକ !

ବିଧାନସଭାରୁ ହଟିବେ ୭ ବିଜେପି ବିଧାୟକ !

ରାଜ୍ୟରେ ଓଲଟିବ ବିଧାନସଭା ବାଜି । ବିଧାନସଭା ଆସନରୁ ହଟିବେ ୭ ବିଜେପି ବିଧାୟକ । ହଁ ଆଜ୍ଞା ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଜଗତସିଂହପୁରର କୁଜଙ୍ଗରେ ଏକ ବିକ୍ଷୋଭ ସମାବେଶରେ ଏଭଳି କିଛି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ଦେବାଶିଷ । ଯାହାକୁ ନେଇ ଏବେ ରାଜନୀତିର ମାହୋଲ ସରଗରମ ହେବା ସହ ଏହାକୁ ନେଇ ନାନାତର୍କ ବିତର୍କ ଆରମ୍ଭ ହୋଇଗଲାଣି । ତେବେ ଦେବାଶିଷ ଆଗକୁ ରାଜ୍ୟରେ ଉପନିର୍ବାଚନ ହେବ ବୋଲି ଯୁକ୍ତି ବାଢିଛନ୍ତି । କାରଣ ନିର୍ବାଚନରେ ବିଜେଡି ହାରିବା ପରେ ବି ବିଜେଡି ପ୍ରାର୍ଥୀମାନେ ନିଜ ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି । ଭୋଟ ହାରରେ ବିଜେଡି ବିଜେପି ଠାରୁ ଅଧିକ ଭୋଟ ପାଇଥିବା ବେଳେ କିପରି ବିଜେଡି ପରାଜିତ ହେଲା ସେନେଇ ସନ୍ଦେହରେ ରହିଛନ୍ତି । ଆଉ ଏଇ ସନ୍ଦେହ ଦୂର କରିବା ପାଇଁ ଅଧିକାଂଶ ବିଜେଡି ପ୍ରାର୍ଥୀମାନେ ନିଜ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀଙ୍କ ନାଁରେ ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ତେବେ ଏଯାଏ ୩୦ଟି ନିର୍ବାଚନୀ ଅନିୟମିତତା ମାମଲା ହାଇକୋର୍ଟରେ ଦାଏର କରାଯାଇଥିବା ବେଳେ ବିଧାନସଭାକୁ ନେଇ ୨୮ଟି ମାମଲା ରୁଜୁ ହୋଇଛି । ଆଉ ସେଥିରୁ ହିଁ ୬ରୁ ୭ ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ଦେବାଶିଷ ସାମନ୍ତରାୟ ଏକ ପ୍ରକାର ନିଶ୍ଚିତ ଥିବା କୁହାଯାଉଛି । ଆଉ ଏହାକୁ ନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଉପନିର୍ବାଚନ ପାଇଁ ରେଡି ହେବାକୁ କହିଥିବା କହିଛନ୍ତି । ଏବଂ ଦରକାର ପଡିଲେ କଂଗ୍ରେସ ସହ ହାତ ମିଳାଇବେ ବୋଲି ମନ୍ତବ୍ୟ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *