ଥାନାରେ ହୋମ ଯଜ୍ଞ , ପୂଜାପାଠ

ଥାନାରେ ହୋମ ଯଜ୍ଞ , ପୂଜାପାଠ

ଭାରତପୁର ଥାନାକୁ ଆସିଲେ ନୂଆ ଆଇଆଇସି . ଗେଟରେ ଲଙ୍କାଲେମ୍ବୁ ଝୁଲାଇ କଲେ ପ୍ରବେଶ . ଥାନାରେ ପସୁ ପସୁ ଦେଖିଲେ ଏହି ଜିନିଷ . ଯାହାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି . ତେବେ ନିକଟରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା ମାମଲାକୁ ନେଇ ଏବେ ଭରତପୁର ଥାନା ଚର୍ଚ୍ଚାର ପରିସରକୁ ଆସିଛି . ଆଉ ଏହି ଘଟଣାରେ ଥାନାରେ କାର୍ଯ୍ୟରତ ଆଇଆଇସିଙ୍କୁ ସସପେଣ୍ଡ କରାଯିବା ପରେ . ବର୍ତମାନ ତାଙ୍କ ସ୍ଥାନରେ ଜଣେ ନୂଆ ଆଇଆଇସି ଯୋଗ ଦେଇଛନ୍ତି .

ତେବେ ଭରତରପୁର ଥାନାର ନୂଆ ଆଇଆଇସି ଦୀପକ ଖଣ୍ଡାୟତ ରାୟ . ଥାନାରେ ହୋମ ଯଜ୍ଞ ସହ ପୂଜାପାଠ କରିଛନ୍ତି . ସେ କହିଛନ୍ତି ଯେ ଥାନାରେ ନୂଆ କରି ଯୋଗ ଦେଲି ମାନସିକ ଶାନ୍ତି ପାଇଁ ପୂଜା କରୁଛି . ଅନ୍ୟପଟେ ଥାନା ପରିସରରୁ ବହୁ ପରିମାଣର ସିସିଟିଭି କ୍ୟାମେରା ଖୋଲା ଯାଇଛି .ଥାନାରେ ଏଣେଏଣେ ପଡିଥିବା ସିସିଟିଭିକୁ ନେଇ ରହସ୍ୟ ବଢ଼ୁଛି .ତେବେ ଏହା ପୂର୍ବରୁ ଭରତପୁର ଥାନାରେ ଥିଲା ନା ବହାରୁ ଆସିଛି ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା .

ତେବେ ଗତ ୧୫ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ ଯେଉଁ ଘଟଣା ଘଟିଲା ସେତେବେଳେ ସିସିଟିଭି ଥାନରେ ନ ଥିବା କ୍ରାଇବ୍ରାଂଚ ପକ୍ଷରୁ କୁହାଯାଇଛି . ତା ହେଲେ ଏତେସବୁ ସିସିଟିଭି କେଉଁଠୁ ଆସିଲା ସେ ନେଇ ଦ୍ୱନ୍ଦ ବଢ଼ିବାରେ ଲାଗିଛି .

author

Related Articles

Leave a Reply

Your email address will not be published. Required fields are marked *