ରାସ୍ତା ମଝିରେ ଚାଲିଛି ସିନ୍ ରିକ୍ରିଏସନ

ରାସ୍ତା ମଝିରେ ଚାଲିଛି ସିନ୍ ରିକ୍ରିଏସନ

ପୁଣି ଥରେ ସେହି ରାସ୍ତାକୁ ଆସିଲେ କ୍ୟାପଟେନଙ୍କ ବାନ୍ଧବୀ . ଦେଖନ୍ତୁ ଏହି ଦୃଶ୍ୟକୁ ଏ ହେଉଛି ସେହି ରାସ୍ତା ଯାହା ଛାତିରେ ସେଦିନ ରାତିରେ ଅନେକ ରହସ୍ୟ ଲୁଚିରହିଛି . ଯାହାକୁ କ୍ରାଇବ୍ରାଂଚ ବାହାର କରିବାକୁ ଚେଷ୍ଟା କରୁଛି . ଏବେ ଏହି ଘଟଣାର ସିନ ରିକ୍ରିଏସନ କରୁଛି ଟିମ . ପିଡିତା ତାଙ୍କ ସହିତ ସେହି ଦିନ ରାତିରେ ଯାହା ସବୁ ଘଟିଥିଲା ସତ ସତ କହିବେ . ତାଙ୍କ ଗାଡି ରାସ୍ତାର କେଉଁ ସ୍ଥାନରେ ଠିଆ ହୋଇଥିଲା .ଆଉ ରୋଡ ରୋମିଓମାନେ କେଉଁଠି ଠିଆ ହୋଇଥିଲା .ସେମାନଙ୍କ ମଧ୍ୟରେ ବଚସା କେମିତି ଆରମ୍ଭ ହେଲା ସବୁ .


ତେବେ ଭରତପୁର ଥାନାରେ ପହଂଚିଲା କ୍ରାଇମବ୍ରାଂଚ ଟିମ . ପୀଡିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଟିମ ପହଂଚିଥିଲ। . ସେ ଦିନ ରାତିରେ କଣ ସବୁ ଘଟିଥିଲା ଅନୁଧାନ ପାଇଁ ଆଜି ଜିରୋ ଗ୍ରାଉଣ୍ଡରେ ତନାଘନା ତଦନ୍ତ କରାଯାଇଛି . ଭରତପୁର ଥାନା ଓ ପଥରଗାଡ଼ିଆ ଯାଇ ସିନ ରିକ୍ରୀଏସନ ହୋଇଛି .ତେବେ ଏଠାରେ ରାସ୍ତାରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କ ସହ କିଛି ରୋଡ ରୋମିଓ ଝାମେଲା କରିଥିଲେ .ସେହିପରି ଭରତପୁର ଥାନାରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା .କେଉଁ ପରିସ୍ଥିତିରେ ଗଣ୍ଡ ଗୋଳ ହୋଇଥିଲା ,ସେନେଇ ଟିକିନିଖି ତଦନ୍ତ କରିବ କ୍ରାଇମବ୍ରାଂଚ . ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ଭରତପୁର ଓ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି .

ତେବେ ଗତକାଲି ଭରତପୁର ଥାନା ମାମଲାରେ ତଦନ୍ତ କରୁଥିବା କ୍ରାଇବ୍ରାଂଚ ଟିମ ଝାରପଡା ଜେଲ ଅଧିକ୍ଷକ ,ଡାକ୍ତର ଓ ଫାର୍ମାଷ୍ଟିଙ୍କୁ ଭେଟିଥିବା ଜଣାପଡିଛି . ଆଉ ସେ ଦିନ ଆସିବା ବେଳେ ପିଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ପିକରି ଥିଲା ସେ ବିଷୟରେ ପଚାରିବୁଝିଛି .

author

Related Articles

Leave a Reply

Your email address will not be published. Required fields are marked *