ମନମାନୀ କରୁଛନ୍ତି ଠିକାଦାର, ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରଛାତ୍ରୀ

ମନମାନୀ କରୁଛନ୍ତି ଠିକାଦାର, ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରଛାତ୍ରୀ

କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସ୍ଥିତ ଭଦ୍ରେଶ୍ୱର ପଞ୍ଚାୟତ ରେ ଠିକାଦାର ଙ୍କ ମନ ମୁଖି କାର୍ଯ୍ୟପାଇଁ ଦୁର୍ଦଶା ଭୋଗୁଛନ୍ତି କୁନି କୁନି ଛାତ୍ର ଛାତ୍ରୀ। ମାହାଙ୍ଗା ମଣ୍ଡଳ ଶିକ୍ଷା ବିଭାଗ ଅଧୀନ ଶ୍ରୀ ଶ୍ରୀ ବୀର ଭଦ୍ରେଶ୍ୱର ବିଦ୍ୟାଳୟ ସମୁଖ ପଡିଆ ପାଲଟିଛି ନର୍ଦମା ଗାଡ଼ିଆ ।ପଡିଆ ରେ ବର୍ଷା ଜଳ ଜମି ରହି ଦୁର୍ଗନ୍ଧ ହେବା ସହ ଅସ୍ୱାସ୍ଥ୍ୟ କର ପରିବେଶ ରେ ପଢୁଛନ୍ତି କୁନି କୁନି ବିଦ୍ୟାର୍ଥୀ।ସୂଚନା ଅନୁଯାଇ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ସହକାରି ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନ ରେ ଗୋବିନ୍ଦପୁର-ସାହାନ୍ୟାଜ ପୁର କେନାଲ ବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟ ଅନେକ ଦିନ ହେବ ଚାଲୁ ରହିଛି। ଠିକାଦାର ଗୋଡି ବାଲି ଓ ଅନ୍ୟନ ସାମଗ୍ରୀ ବିଦ୍ୟାଳୟ ସମୁଖ ପଡିଆ ରେ ଜମା କରି ରଖିବା ସହ ସେଠାରୁ ଟ୍ରାକଟର ଓ ଜେସିବି ସାହାଯ୍ୟ ରେ କାର୍ଯ୍ୟ ସ୍ଥଳକୁ ନେଉଛନ୍ତି ରାସ୍ତା କାମ ପାଇଁ ବଡ ବଡ ଗାଡି ପରିବହନ କରୁଥିବାରୁ ପଡିଆ ଖାଲ ହୋଇ କୃତିମ ହ୍ରଦ ରେ ପରିଣତ ହୋଇଛି ଫଳ ରେ ପିଲା ମାନେ ପାଣି କାଦୁଅ ରେ ବିପଦ ସଂକୁଳ ଅବସ୍ଥାରେ ଯାଆ ଆସ କରୁଛନ୍ତି। ସେପଟେ ଦୀର୍ଘ ଦିନ ହେବ ରାସ୍ତା କାମ ନିମ୍ନ ମାନର ହବା ସହ ମନ୍ଥର ଗତି ରେ କାମ ଚାଲୁଥିବାର ଅଭିଯୋଗ ହୋଇଛି। ରାସ୍ତା କାର୍ଯ୍ୟ ଚାଲୁ ଥିବା ସ୍ଥଳେ ନା ଦେଖା ଅଛନ୍ତି କୌଣସି ବିଭାଗୟ ଅଧିକାରୀ ନା ଦେଖା ମିଳୁଛି ଠିକାଦାର ଙ୍କ,ଏଠି ସର୍ବେ ସର୍ବା ପାଲଟିଛନ୍ତି ସୁପରଭାଇଜର।

author

Related Articles

Leave a Reply

Your email address will not be published. Required fields are marked *