ପିଡିତାଙ୍କୁ ନ୍ୟାୟ ସତରେ ମିଳିବ ତ

ପିଡିତାଙ୍କୁ ନ୍ୟାୟ ସତରେ ମିଳିବ ତ

ଭରତପୁର ଥାନାର ଘଟଣାକୁ ନେଇ ଏବେ ରାଜ୍ୟ ଠାରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ଜୋର ଧରିଛି . ଏହା କିଛି ଛୋଟ ମୋଟ ଘଟଣା ନୁହେଁ . ଅଭିଯୋଗ ଅନୁସାରେ ଥାନା ଭିତରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଦିଆଗଲା ହେଲେ . ସୁବ ଠାରୁ ବଡ଼ କଥା ହେଉଛି ଏତେ ବଡ ଥାନା ହୋଇମଧ୍ୟ ସେଠାରେ ସିସିଟିଭି ଲାଗିନାହିଁ .ଯାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି .

ତେବେ ଏହାରି ଭିତରେ ଆଉ ଏକ ପ୍ରଶ୍ନ ଲୋକଙ୍କ ମନରେ ସୃଷ୍ଟି ହୋଇଛି . ଆଲୋଚନା ହେଉଛି ମୁଖ୍ୟମନ୍ତ୍ରୀ ଆଉ ବିଚାରପତି ଚଡ଼ି ଗ୍ୟାଙ୍ଗର ପିଡିତାଙ୍କୁ ନ୍ୟାୟ ସତରେ ମିଳିବ ତ . ଏବେ ଆମେ ଆପଣଙ୍କୁ କହିବୁ ଏହି ଚଡ଼ି ଗ୍ୟାଙ୍ଗ କଣ ?କାହିଁକି ଲୋକେ ମୁଖ୍ୟମନ୍ତ୍ରୀ ଆଉ ବିଚାରପତି ଙ୍କୁ ଚଡ଼ି ଗ୍ୟାଙ୍ଗର ବୋଲି କହୁଛନ୍ତି . ତେବେ ଏହି ଘଟଣା ହେଉଛି .ବହୁତ ଦିନର ବେଳେ କର୍ଣ୍ଣାଟକରେ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ଲଢ଼େଇ ଜାରି ରହିଥିଲା . ସେତେବେଳେ କୌଣସି ଏକ ଘଟଣାକୁ ନେଇ ଆରଏସଏସ ମଧ୍ୟ ସରକାରଙ୍କ ବିରୋଧକୁ କରୁଥିଲା . ଆଉ ବର୍ତମାନର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରରମେୟାଙ୍କ ବିରୋଧରେ ବି ସ୍ୱର ଉଠୁଥିଲା . ତେବେ ଏସବୁ ଭିତରେ ଛାତ୍ର କଂଗ୍ରେସର କିଛି ସଦସ୍ୟମାନେ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆରଏସଏସ ୟୁନିଫର୍ମ ଖାକିଚଡି ଜାଳିଦେବା ପରେ .ଏହି ଘଟଣା ତ୍ରୀବ ହୋଇଥିଲା . ଆଉ ପରେ ଆରଏସଏସ ଦ୍ୱାରା ବିଭିନ୍ନ ସ୍ଥାନରୁ ଚଡି ସଂଗ୍ରହ କରି କଂଗ୍ରେସ କାର୍ଯ୍ୟାଳୟକୁ ପଠାଯାଉଥିଲା . ଯାହା ସେତେବେଳେ ଚଡି ପଲିଟିକ୍ସ ବୋଲି କୁହାଯାଉଥିଲା .

ତେବେ ବର୍ତମାନ ଏହି କଥା ଏଥିପାଇଁ ଉଠୁଛି . କି ଉଭୟ ମୁଖ୍ୟମନ୍ତ୍ରୀ ଓ ବିଚାରପତି ଆରଏସଏସ ଦଳ ଅଟନ୍ତି . ଭରତପୁର ଘଟଣାକୁ ଦାୟିତ୍ୱରେ ଥିବା ବିଚାରପତି ଚିତରଞନ ଦାସ ଜଣେ ପୂର୍ବରୁ ଜଣେ ଆରଏସଏସ ସଦସ୍ୟ ଥିଲେ . ଏହାକୁନେଇ ସେ ବିଭିନ୍ନ ସମୟରେ ନିଜ ପ୍ରତିକ୍ରିୟା ସମୟରେ ବହୁଥର କହିଛନ୍ତି କି ଆରଏସଏସ ତାଙ୍କର ମୂଳ ବୋଲି . ଅପରପକ୍ଷେ ମୁଖ୍ୟମନ୍ତ୍ରୀ ମଧ୍ୟ ଆରଏସଏସ ଦଳର ଥିଲେ ଦେଖନ୍ତୁ ଏହି ଫଟୋକୁ ଆପଣ ସବୁ ଜାଣିପାରିବେ .

ତେବେ ଏବେ ରାଜ୍ୟରେ ଡବଲଇଞିନ ସରକାର ଚାଲିଛି . ଆଉ ଏହାରି ଭିତରେ ଭରତପୁର ଘଟଣାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି . ବିଚାରପତି ଜଷ୍ଟିସ ଚିତରଞନ ଦାଶଙ୍କ ଦ୍ୱାରା ଏହି ମାମଲାର ତଦନ୍ତ ହେବ . ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ କମିଶନଙ୍କୁ ଅନୁରୋଧ ପ୍ରକାଶ ପାଇଛି . ତଦନ୍ତ ପରେ ହଁ ପ୍ରକୃତ ସତ ପଦାକୁ ଆସିବା ବୋଲି କୁହାଯାଉଛି .

author

Related Articles

Leave a Reply

Your email address will not be published. Required fields are marked *