ପୂର୍ଜାଚ୍ଚନା ନାଁରେ ସବୁ ପ୍ରମାଣ ନଷ୍ଟ !

ପୂର୍ଜାଚ୍ଚନା ନାଁରେ ସବୁ ପ୍ରମାଣ ନଷ୍ଟ !

ଭରତପୁର ଥାନା ପୋଲିସ ନାଁରେ ସାଙ୍ଗାତିକ ଅଭିଯୋଗ . ଥାନାରେ ପୂର୍ଜାଚ୍ଚନା ନାଁରେ ସବୁ ପ୍ରମାଣ ନଷ୍ଟ କରାଯାଇଥିଲା . କ୍ରାଇମବ୍ରାଂଚର ତଦନ୍ତ ବେଳେ ସାମ୍ନାକୁ ଆସିଛି ଏଭଳି ସତ .ପିଡ଼ିତାଙ୍କ ଓ ତାଙ୍କ ବନ୍ଧୁଙ୍କ କ୍ରାଇମ ସିନ ରିକ୍ରିଏସନ ପୂର୍ବରୁ ଥାନାରେ କରାଯାଇଥିଲା ପୂଜାର୍ଚ୍ଚନା .ଗ୍ରହ ଶାନ୍ତି ନାଁରେ ହୋଇଥିବା ଏହି ପୂଜାର୍ଚ୍ଚନା ନାଁରେ ପୁରା ଥାନାକୁ ପାଣିରେ ଧୁଆ ଯାଇଥିଲା .ଏହି ବାହାନାରେ ସବୁ ପ୍ରମାଣ ନଷ୍ଟ କରାଯାଇଛି .ରକ୍ତନମୁନା ସହ ଅନ୍ୟ ପ୍ରମାଣକୁ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି .

ଥରେ ନଜର ପକାନ୍ତୁ ଏହି ଫଟୋ ଉପରେ ଯେଉଁ ଦିନ ଭରତପୁର ଥାନାର ନୂଆ ଆଇଆଇସି ଥାନାରେ ଯୋଗ ଦେଇଥିଲେ . ଆଉ ଥାନାରେ ପ୍ରବେଶ ପୂର୍ବରୁ ଲେମ୍ବୁ ଲଙ୍କା ବାନ୍ଧି ଥିଲେ . ପରେ ଥାନାରେ ପୂଜାର୍ଚ୍ଚନା କରାଯାଇଥିଲା . ଆଉ ଆଇଆଇ କହିଥିଲେ ତମାମ ଘଟଣା ପରେ ଶାନ୍ତି ରକ୍ଷା ପାଇଁ ଏହି ପୂଜା ସେ କରୁଛନ୍ତି ବୋଲି .

ସେହପରି ଗତ କାଲି ଭରତପୁର ଥାନାରେ ପହଂଚିଲା କ୍ରାଇମବ୍ରାଂଚ ଟିମ . ପୀଡିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଟିମ ପହଂଚିଥିଲ।। . ସେ ଦିନ ରାତିରେ କଣ ସବୁ ଘଟିଥିଲା ଅନୁଧାନ ପାଇଁ ଆଜି ଜିରୋ ଗ୍ରାଉଣ୍ଡରେ ତନାଘନା ତଦନ୍ତ କରାଯାଇଛି . ଭରତପୁର ଥାନା ଓ ପଥରଗାଡ଼ିଆ ଯାଇ ସିନ ରିକ୍ରୀଏସନ ହୋଇଛି .ତେବେ ଏଠାରେ ରାସ୍ତାରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କ ସହ କିଛି ରୋଡ ରୋମିଓ ଝାମେଲା କରିଥିଲେ .ସେହିପରି ଭରତପୁର ଥାନାରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା .କେଉଁ ପରିସ୍ଥିତିରେ ଗଣ୍ଡ ଗୋଳ ହୋଇଥିଲା ,ସେନେଇ ଟିକିନିଖି ତଦନ୍ତ କରିବ କ୍ରାଇମବ୍ରାଂଚ . ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ଭରତପୁର ଓ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି .

author

Related Articles

Leave a Reply

Your email address will not be published. Required fields are marked *