ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ବୈାଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତଗର୍ତ କସୂର୍ବନ୍ଧ ଗ୍ରାମରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା.ସୂଚନା ଅନୁସାରେ ସରପଂଚ ସରୋଜ କର୍ଣ୍ଣ ଗ୍ରମାର ରାଜେନ୍ଦ୍ର କର୍ଣ୍ଣଙ୍କୁ ଗୁଳି କରିବା ପରେ ସେ ଗୁରୁତର ଆହତ ହୋଇ ସୋନପୁର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଥାନାରେ ଅଭିଯୋଗ ହୋଇଛି . କିନ୍ତୁ ସରପଂଚଙ୍କ ସ୍ତ୍ରୀ କଲ୍ୟାଣୀ ପ୍ରଧାନ ସମସ୍ତ ଅଭିଯୋଗକୁ ଭିତିହୀନ ବୋଲି କହିବା ସହ ତାଙ୍କ ସ୍ୱାମୀ ତିନି ଦିନ ହେଲା ଘରେ ନାହଁନ୍ତି ସେ କିପରି ଗୁଳି ଚଳାଇଲେ ବୋଲି କହି ପାଲଟା ଅଭିଯୋଗ କରିଛନ୍ତି .ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ଘଟିଯାଇଛି. ପ୍ରାପ୍ତ ସୂଚନା ଅନୁସାରେ ସରପଞ୍ଚ ସରୋଜ କର୍ଣ୍ଣ ଗ୍ରାମର ରାଜେନ୍ଦ୍ର କର୍ଣ୍ଣ କୁ ବନ୍ଧୁକ ରେ ଗୁଳି ମାରିଥିଲେ . ଗୋଡ଼ରେ ଗୁଳି ବାଜିବା ସହ ରାଜେନ୍ଦ୍ର କର୍ଣ୍ଣ ଗୁରୁତର ଆହତ ଅବସ୍ଥାରେ ସୋନପୁର ଜିଲ୍ଲା ଚିକିତ୍ସାଲୟ ରେ ଚିକିତ୍ସା ହେଉଥିବା ଅଭିଯୋଗ କରି ମନମୁଣ୍ଡା ଥାନା ରେ ଏତାଲା ଦେଇଥିଲେ .

.ଅପରପକ୍ଷ ସରପଞ୍ଚଙ୍କ ସ୍ତ୍ରୀ କଲ୍ୟାଣୀ ପ୍ରଧାନ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ . ଏହା ପୁର୍ବ ଶତ୍ରୁତାକୁ ନେଇ ରାଜେନ୍ଦ୍ର କର୍ଣ୍ଣ ଓ କିଛି ସହକର୍ମୀ ଗତରାତିରେ ମଦ ପିଇ ସ୍ବାମୀ ସରୋଜ କର୍ଣ୍ଣ ଘରେ ନ ଥିବା ବେଳେ ଘରେ ଜବରଦସ୍ତି ପଶି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା କଥା କହିଥିଲେ . ସରପଞ୍ଚ ସରୋଜ କର୍ଣ୍ଣ କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଓ ସ୍ବାମୀ ତିନି ଦିନ ହେଲା ଘରେ ନ ଥିଲା ବେଳେ କିଭଳି ଗୁଳି ଚଳାଇଲେ ବୋଲି ସ୍ତ୍ରୀ ପ୍ରଶ୍ନ କରିଥିଲେ . ଏହା ସହ ପ୍ରକୃତ ଘଟଣାକୁ ନିରପେକ୍ଷ ତଦନ୍ତ କରାଯାଉ ବୋଲି ମନମୁଣ୍ଡା ପୋଲିସ୍ କୁ ଅନୁରୋଧ କରି ଲିଖିତ ଭାବରେ ଥାନା ରେ ପାଲଟା ଅଭିଯୋଗ କରିଛନ୍ତି। ଦେଖିବାକୁ ବାକି ରହିଲା ପୋଲିସ୍ ପକ୍ଷରୁ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

author

Related Articles

Leave a Reply

Your email address will not be published. Required fields are marked *