ବବିଙ୍କୁ ମୋହନଙ୍କ କଟାକ୍ଷ

ବବିଙ୍କୁ ମୋହନଙ୍କ କଟାକ୍ଷ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟାର୍ଗେଟରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ଭରା ସଭାରେ ନାଁ ନନେଇ ବବିଙ୍କୁ କଟାକ୍ଷ କଲେ ମୁୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାଜପୁର ଜିଲ୍ଲାକୁ ୩ଟି ପରିବାର ବିକାଶର ଡେଙ୍ଗୁରା ପିଟି ବିନାଶ କରିଥିବା କହି ତୀବ୍ର ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ । ସାରା ଦେଶରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ମଧ୍ୟ ଏହି ଅଭିଯାନ ଜାରି ରହିଛିା ଆଉ ଏହି କ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଜପୁର ଜିଲ୍ଲାର ବଡଚଣା ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏବଂ ସେଠାରେ ସଦସ୍ୟତା ଅଭିଯାନକୁ ବ୍ୟାପକ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଆଉ ଏହି ସମୟରେ ହିଁ ସେ ପରୋକ୍ଷରେ ବବିଙ୍କୁ ଟାର୍ଗେଟ କରିଥିଲେ । ୨୪ ବର୍ଷ ଧରି ôଚାଲିଥିବା ଦୁର୍ନୀତିଗ୍ରସ୍ତ ସରକାରକୁ ବିଦା କରିବାରେ ଯାଜପୁରବାସୀ ବଡ ଭୂମିକା ଗ୍ରହଣ କରିଥିବା ନିଜ ସମ୍ବୋଧନରେ କହିଥିଲେ । ଏବଂ ବିଜେଡିକୁ ଖୁବ ସମାଲୋଚନା କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *