ଖୁବଶୀଘ୍ର ନିଯୁକ୍ତ ହେବେ ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ

ଖୁବଶୀଘ୍ର ନିଯୁକ୍ତ ହେବେ ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ

ଆଉ ଅଳ୍ପ ଦିନ ପରେ ରାଜ୍ୟରେ ନିଯୁକ୍ତ ହେବେ ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ । ଏନେଇ ଘୋଷଣା କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିଜେପିର ସଦସ୍ୟତା ଅଭିଯାନ ସରିବା ପରେ ଏହି ପଦ ଗୁଡିକରେ ନିଯୁକ୍ତି ଦିଆଯିବ । ସେ କହିଛନ୍ତି, ଆମ ସରକାରକୁ ଏବେ ୧୦୦ ଦିନ ପୂରିଛି। ଏହି ସମୟ ଭିତରେ ଶପଥ ଗ୍ରହଣ ଦିନ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରାଯାଇଛି। ସରକାର ଶପଥ ନେବାର ୮ ଘଣ୍ଟା ଭିତରେ ଜଗନ୍ନାଥଙ୍କ ଚାରି ଦ୍ଵାର ଖୋଲାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନା ଆରମ୍ଭ କରାଗଲା। ରତ୍ନଭଣ୍ଡାର ଖୋଲାଗଲା। ଧାନ କ୍ଵିଣ୍ଟାଲ ୩୧ ଶହ ଟଙ୍କା କରିବାକୁ ନୀତିଗତ ନିଷ୍ପତ୍ତି ନେଇଛି ଆମ ସରକାର। ସବୁ କାର‌୍ୟ୍ୟକ୍ରମ ଗୋଟିଏ ଗୋଟିଏ କରାଯାଉଛି।
ଶ୍ରୀ ସାମଲ କହିଛନ୍ତି, ଏବେ ଦଳର ସଦସ୍ୟତା ଅଭିଯାନ ଶେଷ ପର‌୍ୟ୍ୟାୟରେ ଅଛି। ଏହା ସରିବା ପରେ ପରେ ନିଗମ ଓ ବୋର୍ଡ ଚଳାଇବାକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ଦାୟିତ୍ଵ ଦିଆଯିବ। ଏନେଇ ଖୁବଶୀଘ୍ର ଆମେ ନିଷ୍ପତ୍ତି ନେବୁ। ଏଥିପାଇଁ ଦଳୀୟ ସ୍ତରରେ ଓ ମନ୍ତ୍ରୀ ସ୍ତରରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।

author

Related Articles

Leave a Reply

Your email address will not be published. Required fields are marked *