ଖୋଲା ମଞ୍ଚରେ ବବିଙ୍କ ଅଙ୍କ ବିଗାଡିଦେଲେ ମୋହନ !

ଖୋଲା ମଞ୍ଚରେ ବବିଙ୍କ ଅଙ୍କ ବିଗାଡିଦେଲେ ମୋହନ !

ବବିଙ୍କ ଅଭେଦ୍ୟ ଗଡରେ ଏଣ୍ଟ୍ରି ମାରିଲେ ମୋହନ ll ପ୍ରଣବଙ୍କୁ ବୁଦ୍ଧି ଶିଖିାଇବାକୁ ହାତ ମିଶାଇ ଦେଲେ କି ମୋହନ-ନବୀନ ll

ନିର୍ବାଚନ ସରିବା ପରେ ରାଜ୍ୟରେ ଆରମ୍ଭ ହୋଇଛି ଅସଲ ରାଜନୀତି । ଲଗାମ ଛଡା ହୋଇପଡିଥିବା ଦଳକୁ ନିୟନ୍ତ୍ରଣ କରୁଛନ୍ତି ବିଜେଡି ସୁପ୍ରିମୋ । ସେପଟେ ସଦସ୍ୟତା ସଭିଯାନ ଆରମ୍ଭ କରି ଗାଁ ଗାଁ ବୁଲି ଭାଷଣ ମାରିଲେଣି ମୋହନ । ସଦସ୍ୟତା ଅଭିଯାନ କରୁଛନ୍ତି ପୂର୍ବର ନବୀନ ସରକାରଙ୍କ ଉପରେ ବର୍ଷୁଛନ୍ତି । ରବିବାର ଯାଜପୁର ବଡଚଣାରେ ଆୟୋଜିତ ହୋଇଥିଲା ବିଜେପିର ସଦସ୍ୟତା ଅଭିଯାନ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନିଜ ଭାଷଣ ମାଧ୍ୟମରେ ଭରା ସଭାରେ ଏକଦା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲାଉଥିବା ପ୍ରଣବ ପ୍ରକାଶ ଦାସଙ୍କ ଗୁମର ଖୋଲିଛନ୍ତି । ବବିଙ୍କ ଅଭେଦ୍ୟ ଦୁର୍ଗରେ ଏଣ୍ଟ୍ରି କରି ତାଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ଗୋଟିଏ ପଟେ ନିଜ ଦଳରେ ବବିଙ୍କ ପକ୍ଷ ଛେଦନ କରିବାରେ ଲାଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏପଟେ ଭରା ସଭାରେ ବବିଙ୍କ ଗଡରେ ତାଙ୍କର ସବୁ ଗୁମରକୁ ପଦାରେ ପକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

  • ବବିଙ୍କ ଅଭେଦ୍ୟ ଗଡରେ ଏଣ୍ଟ୍ରି ମାରିଲେ ମୋହନ
  • ଖୋଲା ମଞ୍ଚରେ ପ୍ରଣବଙ୍କ ଅଙ୍କ ବିଗାଡିଦେଲେ ମୁଖ୍ୟମନ୍ତ୍ରୀ
  • ନିଜ ଦଳରେ ଅଲୋଡା ନିଜ ଗଡରେ ହଟହଟ୍ଟା ପ୍ରଣବ
  • ପ୍ରଣବଙ୍କୁ ବୁଦ୍ଧି ଶିଖିାଇବାକୁ ହାତ ମିଶାଇ ଦେଲେ କି ମୋହନ-ନବୀନ

ଯେଉଁ ଯାଜପୁରରେ ଦିନେ ବବିଙ୍କ ଜୟଜୟ କାର ଶୁଣାଯାଉଥିଲା ସେଠାରେ ଏବେ ବୃଦ୍ଧି ପାଉଛି ବବି ବିରୋଧି ନାରା । ଭରା ସଭାରେ ମୋହନଙ୍କ ଏପରି ତେରଚ୍ଛା ବାଣ ରାଜ୍ୟ ରାଜନୀତିରେ ଉଠାଉଛି ପ୍ରଶ୍ନ । ନିଜ ଦଳରେ କୋଣଠେସା,କୌଣସି କମିଟିରେ ସ୍ଥାନ ନ ମିଳିବା ପରେ ବି ଏକଦମ ଚୁପ ବିଜେଡି ନେତା ତଥା ପୂର୍ବତନ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବଙ୍କ ହାତରୁ ସମସ୍ତ ପାୱାର ଖସାଇ ତାଙ୍କୁ ପାୱାରଲେସ କରିଦେଇଛନ୍ତି ନବୀନ ପଟ୍ଟନାୟକ । ନିଜର ପତିଆର ବୃଦ୍ଧି କରିବା ପାଇଁ ଯାଜପୁରକୁ ଲୁଟିଛନ୍ତି ପ୍ରଣବ ଏକଥା ଆମେ କହୁନୁ ଖୋଲା ମଞ୍ଚରେ ଯାଜପୁରର ବିନାଶ କରିଥିବା କଥା କହିଛନ୍ତି ମୋହନ । ତେବେ ଚର୍ଚ୍ଚା ଏତେ ସବୁ ପରେ ବି କାହିଁକି ଚୁପ ପ୍ରଣବ କେବେ ଗଣମାଧ୍ୟମ ସାମ୍ନାକୁ ଆସିବେ ଏବଂ ସଫେଇ ଦେବେ କେବଳ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *