ବିଜେଡି କଳି ; ୪ କର୍ପୋରେଟରଙ୍କୁ ସୋ କଜ୍ ନୋଟିସ

ବିଜେଡି କଳି ; ୪ କର୍ପୋରେଟରଙ୍କୁ ସୋ କଜ୍ ନୋଟିସ

ବିଜେଡିର ବଡ ଆକ୍ସନ । ୪ କର୍ପୋରେଟରଙ୍କୁ ଆସିଲା ସୋ କଜ୍ ନୋଟିସ । ବିଜେଡିର ଭିତିରି ବିବାଦ ଦିନକୁ ଦିନ ଦାଣ୍ଡରେ ପଡିକି ହାଟରେ ଗଡୁଛି । ଆଉ ଏହାରି ଭିତରେ ବିଜେଡି ସୁପ୍ରିମୋ ଏକ ବଡ ଆକ୍ସନ ନେଇଛନ୍ତିା ଗତ କିଛି ଦିନ ଧରି ବିଜେଡିର କର୍ପୋରେଟରଙ୍କୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ନିଜ ନିଜ ଭିତରେ ବିରୋଧର ମେଳି କରିଥିବା ଖବର ସାମ୍ନାକୁ ଆସୁଥିଲା । ଆଉ ଏବେ ଏହାକୁ ନେଇ ୪ଜଣ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି । କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୂପକାରଙ୍କୁ ନୋଟିସ ଯାଇଥିବା ବେଳେ ବିଜୁ ଛାତ୍ର ଜନତା ଦଳର ସେକ୍ରେଟାରୀ ବିବେକ ସ୍ବାଇଁ ଏବଂ ଏକାମ୍ର ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ପାତ୍ରଙ୍କୁ ନୋଟିସ ଜାରି କରାଯାଇଛି । ଏମାନେ ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହେବା ପରେ ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ସଭାପତି ସୁଶାନ୍ତ ରାଉତ ।

author

Related Articles

Leave a Reply

Your email address will not be published. Required fields are marked *